ବିଜେଡ଼ିର ମହାନଦୀ ମହାସଂଗ୍ରାମ ବନାମ ବିଜେପିର ମହିଳା ସୁରକ୍ଷା ଯାତ୍ରା! ୨୦୧୯ ନିର୍ବାଚନ ପୂର୍ବରୁ ଲୋକଙ୍କ ପାଖକୁ ଯିବାକୁ ଉଭୟ ଦଳର ଜୋରଦାର ପ୍ରୟାସ

42

କନକ ବ୍ୟୁରୋ : ବିଜେଡିର ମହାନଦୀ ମହାସଂଗ୍ରାମ ବନାମ ବିଜେପିର ମହିଳା ସୁରକ୍ଷା ଯାତ୍ରା । ମହାନଦୀ ସୁରକ୍ଷା ନେଇ ୧୫ଟି ଜିଲ୍ଲାରେ ଆସନ୍ତା ୧୬ ତାରିଖରେ ବିଜେଡି କରିବ ପଥପ୍ରାନ୍ତ ସଭା । ଏପଟେ ଆସନ୍ତା ୧୭ ତାରିଖରୁ ଆରମ୍ଭ ହେଉଛି ବିଜେପି ମହିଳା ମୋର୍ଚ୍ଚାର ମହିଳା ସୁରକ୍ଷା ଯାତ୍ରା । ରାଜ୍ୟରେ ମହିଳାଙ୍କ ପ୍ରତି ବଢିଚାଲିଥିବା ହିଂସା ଓ ଦୁଷ୍କର୍ମ ପ୍ରଦିବାଦରେ ସରକାରଙ୍କ ଅପାରଗତା ବିରୋଧରେ ଲୋକଙ୍କ ପାଖକୁ ଯିବ ବିଜେପି ।

ରାଜ୍ୟର ସାତଟି ସ୍ଥାନରେ ଥିବା ମା’ଙ୍କ ମନ୍ଦିରରୁ ସାତଟି ରଥରେ ଆନ୍ଦୋଳନ ଆରମ୍ଭ କରିବ ବିଜେପି ମହିଳା ମୋର୍ଚ୍ଚା । ଏହାରି ମଧ୍ୟରେ ୪୫୦ଟି ସାଧାରଣ ସଭା କରିବ ବିଜେପି । ସେପଟେ ଝାରସୁଗୁଡା ଜିଲ୍ଲା ଲଖନପୁର ସୁଖାସୋଡାରୁ ଆରମ୍ଭ ହେବ ବିଜେଡିର ମହନଦୀ ସୁରକ୍ଷା ଯାତ୍ରା । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିବେ ।