୪ ବର୍ଷରେ ପୂର୍ତ ବିଭାଗ ଅଧିନରେ ନିର୍ମାଣ ହୋଇଛି ୧୫୪ଟି ସେତୁ , ଭୁଷୁଡିଛି ୩ଟି ସେତୁ ! ସମୀକ୍ଷା ବୈଠକରେ ସୂଚନା ଦେଲେ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ

25

କନକ ବ୍ୟୁରୋ : ଗତ ଚାରିବର୍ଷରେ ରାଜ୍ୟରେ ପୂର୍ତ ବିଭାଗ ଅଧିନରେ ୧୫୪ଟି ସେତୁ ନିର୍ମାଣ କରାଯାଇଥିବାବେଳେ ତିନୋଟି ସେତୁ ଭୁଷୁଡିଛି ବୋଲି ସୁଚନା ଦେଇଛନ୍ତି ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ତ, ହସ୍ତତନ୍ତ ଓ ବୟନଶିଳ୍ପ ଓ ଏମଏସଏମଇ ବିଭାଗର ସମୀକ୍ଷା ନେଇଥିଲେ । ଏହାପରେ ତିନି ବିଭାଗରେ ସାମ୍ବାଦିକ ସମ୍ମିଳନୀରେ ବିଭାଗର ସଫଳତା ଓ ଆଗାମୀ କାର୍ଯ୍ୟକ୍ରମ ଉପରେ ମନ୍ତ୍ରୀମାନେ ସୂଚନା ଦେଇଥିଲେ । ଗୁରୁପ୍ରିୟା ସେତୁ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଖୁବଶୀଘ୍ର ଏହାର ଉଦଘାଟନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ନକଲି ଶାଢୀ ବ୍ୟବସାୟ ବନ୍ଦ କରିବା ଲାଗି କମ ଦାମରେ ଶାଢୀ ପ୍ରସ୍ତୁତ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ । ଏହାବ୍ୟତିତ ଲିଲେନ କପଡାର ଉଦଭାବନ ପରେ ଏହାର ଚାହିଦା ବଢୁଛି ଏବଂ ବୟନିକା, ଉକ୍ରଳିକା ଓ ସମ୍ବଲପୁରୀ ବସ୍ତ୍ରାଳୟର ବ୍ୟବସାୟ ଭଲ ହେଉଛି ବୋଲି ମନ୍ତ୍ରୀ କହିଛନ୍ତି । ଏହାସହ ଏମଏସଏମଇ ବିଭାଗର ରୁଣ ଆଦାୟ ହୋଇଛି ୧୯କୋଟି ୮୦ଲକ୍ଷ ଏବଂ ପ୍ରାୟ ୮ହଜାର ରୁଣ ସୁଝିନଥିବା ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ।