ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା : ୨୪ ଘଣ୍ଟାରେ ୧୨ ମୃତ ୮୦ ଆହତ , ଘଟଣା ଉପରେ ନଜର ରଖିଛି ପ୍ରଶାସନ !

38

କନକ ବ୍ୟୁରୋ : ସାରା ଦେଶରେ ମୈାସୁମା ବର୍ଷା ଲାଗି ରହିଛି । ତେଣୁ ବର୍ତ୍ତମାନ ସମୟରେ ଅନେକ ରାଜ୍ୟରେ ବନ୍ୟା ବିତ୍ପାତ ଦେଖାଦେଇଛି । ଏପରିକି ରାଜଧାନୀ ଦିଲ୍ଲୀରେ ଯମୁନା ନଦୀ ବିପଦ ସଙ୍କେତ ଉପରେ ରହିଛି । ତେଣୁ ଦିଲ୍ଲୀ ଦେଇ ଯାତାୟତ କରୁଥିବା ୨୭ ଟ୍ରେନକୁ ରେଳ ବିଭାଗ ଗତକାଲି ବାତିଲ କରିଥିଲା । ତେବେ ଉତ୍ତରପ୍ରଦେଶରେ ମଧ୍ୟ ପ୍ରବଳ ବର୍ଷା ହେଉଛି । ସେଠାରେ ବର୍ତ୍ତମାନ ସମୟରେ ଅନେର ତଳିଆ ଅଞ୍ଚଳ ପାଣଇ ଘେରରେ ଥିବା ସୂଚନା ମିଳିଛି । କେବଳ ଉତ୍ତର ପ୍ରଦେଶରେ ୭୦ ଜମଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କେବଳ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

 

କେନ୍ଦ୍ର ସରକାରଙ୍କ ଏକ ରିପୋର୍ଟରୁ ମିଳିଥିବା ସୂଚନା ଅନୁସାରେ ସାରା ଦେଶରେ କେବଳ ବର୍ଷାରେ ୪୦୦ ରୁ ଉର୍ଦ୍ଧ୍ୱ ଲୋକଙ୍କ ପ୍ରାଣ ଯାଇଛି । ତେବେ କେବଳ ଉତ୍ତରପ୍ରଦେଶରେ ଏବେ ବର୍ଷା ବିପର୍ଯ୍ୟୟରେ ତେବେ ପାଖାପାଖି ୮୦ ଜଣ ଆହତ ହୋଇଛନ୍ତି। ୪୫୦ରୁ ଊର୍ଦ୍ଧ୍ୱ ଘରଦ୍ୱାର ଭାଙ୍ଗିପଡ଼ିଛି। ଉତ୍ତରପ୍ରଦେଶରେ ଶାହରଣପୁରେରେ ସର୍ବାଧିକ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ସରକାର ଅବଗତ ଅଛନ୍ତି ବୋଲି ଜଣେ ସରକରୀ ଅଧିକାରୀ କହିଛନ୍ତି । ଅନେକ ଲୋକ ବର୍ତ୍ତମାନ ସମୟରେ ବି ପାଣି ଘେରରେ ରହିଛନ୍ତି । ସେମାନଙ୍କୁ ରନ୍ଧାଖାଦ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ଜଣାପଡିଛି । ବର୍ଷା ପାଣି କମିଲେ ରାଜ୍ୟରେ କେତେ ପରିମାଣରେ କ୍ଷତି ହୋଇଛି ତାହାର ଆକଳନ କରିବା ସହ ଲୋକମାନଙ୍କୁ କ୍ଷତି ପୁରଣ ଦିଆଯିବ ବୋଲି ଜଣାପଡିଛି । ତେବେ ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସଚେତନ ହୋଇ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।