ଉତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ! ୭୩ ଆସନ ପାଇଁ ଭୋଟ ଗ୍ରହଣ ଜାରି

64

କନକ ବ୍ୟୁରୋ : ଉତରପ୍ରଦେଶରେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି । ପ୍ରଥମ ପର୍ଯ୍ୟାୟରେ ୭୩ଟି ଆସନ ପାଇଁ ମତଦାନ ହେଉଥିବା ବେଳେ ମୈଦାନରେ ଅଛନ୍ତି ୮୩୯ ଜଣ ପ୍ରାର୍ଥୀ । ଏଠାରେ ସପା-କଂଗ୍ରେସ, ବିଜେପି ଓ ବିଏସପି ମଧ୍ୟରେ ତ୍ରିକୋଣ ମୁକାବିଲା ହେଉଛି । ମୋଟ ୨କୋଟି ୬୦ ଲକ୍ଷ ଭୋଟର ଭୋଟ ଦେଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

ପଶ୍ଚିମ ଉତରପ୍ରଦେଶର ମତଦାନ ହେବାକୁ ଥିବା ସବୁ ଅଂଚଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୨୬ ହଜାର ୮୨୩ଟି ବୁଥରେ ଭୋଟ ଗ୍ରହଣ କରାଯାଉଛି । ଅତି ସ୍ପର୍ଶକାତର ମୁଜାଫରନଗର ଅଂଚଳର ସମସ୍ତ ୮୮୭ଟି ବୁଥରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିସହ ଦଙ୍ଗାକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିନ ୧୦ଟା ସୁଦ୍ଧା ୧୨ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି ।