ଏଚଆଇଭିରୁ ରକ୍ଷା ପାଇବା ପାଇଁ ଗୋଟିଏ ମିସଡକଲ୍ ! ରୋଗୀଙ୍କ ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ନୂଆ ଉପାୟ

35

ଉତ୍ତରପ୍ରଦେଶ ବାଗପତରେ ଯକ୍ଷ୍ମା ଓ ଏଡସ୍ ପୀଡିତଙ୍କ ନିୟମିତ ଉପଚାର ପାଇଁ ସ୍ୱାସ୍ଥ୍ୟ ବିଭାଗ ମିସିଡକଲର ସୁବିଧା ଆରମ୍ଭ କରିଛନ୍ତି । ରୋଗୀଙ୍କୁ ଔଷଧ ଖାଇବା ପରେ ଦିଆଯାଇଥିବା ନମ୍ବରରେ ମିସଡକଲ କରିବାକୁ ପଡିବ । ଯଦି ମିସଡକଲ୍ ନଆସିଲା ଜଣାପଡିବ ରେଗୀ ଔଷଧ ଖାଇ ନାହାନ୍ତି । ଏହାପରେ ସ୍ୱାସ୍ଥ୍ୟ ବିଭାଗ ରୋଗୀର ଅବସ୍ଥା ବୁଝିବା ପାଇଁ ଘରେ ପହଞ୍ଚିଯିବେ । ଏମିତି ଏକ ଖବର ପ୍ରକାଶ ପାଇଛି ଅମର ଉଜାଲାରେ ।

ନିୟମିତ ଉପଚାର ପାଇଁ ଯକ୍ଷ୍ମା ଓ ଏଡସ୍ ରୋଗଗ୍ରସ୍ତ ରୋଗୀଙ୍କ ପାଇଁ ଟୋଲ ଫ୍ରୀ ନମ୍ବରର ବ୍ୟବସ୍ତା କରାଯାଇଛି । ଏଚଆଇଭି ପୀଡିତ ରୋଗୀଙ୍କୁ ପ୍ରତିଦିନ ହିଁ ମିସସଡକଲ କରିବା ପାଇଁ ପଡିବ । ସ୍ୱାସ୍ଥ୍ୟ ବିଭାଗର ଟିମକୁ ମିସଡକଲ ଜରିଆରେ ରୋଗୀ ବିଷୟରେ ସୂଚନା ମିଳବ କି ରୋଗୀ ଠିକ ସମୟରେ ଔଷଧ ଖାଉଛି ନା ନାହିଁ ।

ଯଦି ରୋଗୀ ଔଷଧ ଖାଇବା ପାଇଁ ଭୁଲିଯାଏ ଓ ମିସଡକଲ ନକରେ ତେବେ ସ୍ୱାସ୍ଥ୍ୟ ବିଭାଗ ସେଠାରେ ପହଞ୍ଚି ରୋଗୀକୁ ଔଷଧ ଖୁଆଇଥାଏ । ସୂଚନାରୁ ଜଣାପଡିଛି ଏହି ବ୍ୟବସ୍ଥା ମାର୍ଚ୍ଚ ମାସଠାରୁ ଆରମ୍ଭ ହୋଇଛି । ଏହାସହ ସରକାରଙ୍କ ତରଫରୁ ଆସିଥିବା ଆଦେଶ ଅନୁସାରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏପରି ପ୍ରକିୟା ଆରମ୍ଭ ହୋଇଛି ବୋଲି ପ୍ରକାଶ ।