କରୋନା ବିରୋଧୀ ଲଢେଇରେ ଭାରତକୁ ମିଳିଲା ଆମେରିକାର ବଡ ସମର୍ଥନ । ଭେଣ୍ଟିଲେଟର ଯୋଗାଇବାକୁ ଟ୍ୱିଟ କରି ଜଣାଇଲେ ଆମେରିକା ରାଷ୍ଟ୍ରପତି

511

କନକ ବ୍ୟୁରୋ : କରୋନା ବିରୋଧୀ ଲଢେଇରେ ଭାରତକୁ ମିଳିଲା ଆମେରିକାର ବଡ ସମର୍ଥନ । ଯୁକ୍ତରାଷ୍ଟ୍ର ଆମେରିକା ଭାରତକୁ ଭେଣ୍ଟିଲେଟର୍ ଦାନ କରିବ ବୋଲି ରାଷ୍ଟ୍ରପତି ଡୋନାଲ୍‌ଡ୍ ଟ୍ରମ୍ପ୍ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ ସମ୍ପର୍କ ନିବିଡ଼ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ପରମ ବନ୍ଧୁ ବୋଲି ଗୁରୁତ୍ବ ଦେଇ କହିବାର କିଛି ସମୟ ପରେ ଟ୍ରମ୍ପ୍ ଏଭଳି ‌ଘୋଷଣା କରିଛନ୍ତି ।  କିନ୍ତୁ, କେତେ ପରିମାଣର ଭେଣ୍ଟିଲେଟର୍‌ ପଠାଯିବ ସେ ସଂକ୍ରାନ୍ତରେ ହ୍ବାଇଟ୍ ହାଉସ୍ କିଛି କହିନାହିଁ ।

Image Source: Hindustan Times

ଟ୍ରମ୍ପ କହିଛନ୍ତି ମିଳିମିଶି କରୋନାକୁ ହରାଇବା । ଭାରତକୁ ବହୁ ପରିମାଣର ଭେଣ୍ଟିଲେଟର୍ ଦେବୁ । ଆମ ପାଖରେ ପର୍ୟ୍ୟାପ୍ତ ପରିମାଣର ଭେଣ୍ଟିଲେଟର୍ ଅଛି। ସେ କହିଛନ୍ତି, ଚଳିତ ବର୍ଷ ଶେଷ ସୁଦ୍ଧା କୋଭିଡ଼୍ ୧୯ ଟୀକା ବିକଶିତ ହେବାର ସମ୍ଭାବନା ରହିଛି । ଟୀକା ପାଇଁ ଆମେରିକା ଭାରତ ସହ ମିଳିମିଶି କାମ କରୁଛି । ଆମେରିକାରେ ଭାରତୀୟ ଅନେକ ସଂଖ୍ୟାରେ ରହିଛନ୍ତି । ଅଭିଜ୍ଞ ବୈଜ୍ଞାନିକ ଓ ଅଧ୍ୟୟନକର୍ତ୍ତାମାନେ ଟୀକା ପାଇଁ ଲାଗିପଡ଼ିଛନ୍ତି ।