୧୨କୋଟିର ଚଂଚକତା

28

ଢେଙ୍କାନାଳ : ଧରାପଡିଲେ ୧୨ କୋଟିର ଠକ । ଢେଙ୍କାନାଳ ଅର୍ବାନ କୋପରେଟିଭ ବ୍ୟାଙ୍କ ଟଙ୍କା ହେରଫେର ମାମଲାରେ ୧୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚ । ସେମାନଙ୍କ ମଧ୍ୟରେ ୪ ଜଣ ବ୍ୟାଙ୍କ ଅଧିକାରୀ । ଅନ୍ୟ ୯ ଜଣ ଋଣ ଗ୍ରହୀତା । ଜାଲ୍ କାଗଜପତ୍ର ଜରିଆରେ ୧୯୯୯ ମସିହାରୁ ୨୦୧୦ ମଧ୍ୟରେ ଏହି ଠକ ମାନେ ବ୍ୟାଙ୍କରୁ ପାଖାପାଖି ୧୪୯୨୫ ଜମାକାରୀଙ୍କ ନାଁରେ ୧୨ କୋଟି ଟଙ୍କା ହଡପ କରିଥିଲେ । ଏନେଇ କ୍ରାଇମବ୍ରାଂଚର ଇଓଡବ୍ଲ୍ୟୁରେ ଅଭିଯୋଗ ପରେ ପ୍ରଥମ ପର୍ଯ୍ୟାୟରେ ମୋଟ ୧୩ ଜଣକୁ ଗିରଫ କରାଯାଇଛି ।

ଫେରାର ଥିବା ବ୍ୟାଙ୍କ କର୍ମଚାରୀ କ୍ରାଇମବ୍ରାଂଚର ସ୍କାନରରେ ଥିବା ବେଳେ, ବ୍ୟାଙ୍କ ଏକାଉଂଟକୁ ନେଇ ତଦନ୍ତ ଚଳାଇଛି କ୍ରାଇମବ୍ରାଂଚ ।