ଉତ୍ତରପ୍ରଦେଶରେ ଆକ୍ସନ ମୋଡରେ ଯୋଗୀ ! ପୁଲିସ-ଅପରାଧୀ ମେଂଟ ଭାଙ୍ଗିବାକୁ ଉଦ୍ୟମ

23

କନକ ବ୍ୟୁରୋ : ୟୁପିରେ ଆକ୍ସନ ମୋଡ୍ରେ ଯୋଗୀ ସରକାର । ତାହା ଏବେ ସବୁ ବିଭାଗରେ ଦେଖିବାକୁ ମିଳୁଛି । ପୋଲିସ ଓ ଅପରାଧୀ ମେଂଟକୁ ଭାଙ୍ଗିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ଏକ ବଡ ନିଷ୍ପତି ନେଇଛନ୍ତି । ୟୁପି ପୋଲିସର ମୋଟ ୬୨୬ ଜଣ କର୍ମଚାରୀଙ୍କୁ ଏକ ସମୟରେ ବଦଳି କରିଛି ଯୋଗୀ ସରକାର ।

କନଷ୍ଟେବଲଠାରୁ ଆରମ୍ଭ କରି ଇନସ୍ପେକ୍ଟର ପର୍ଯ୍ୟନ୍ତ ମୋଟ ୩୩୮ ଜଣଙ୍କୁ ପୁରା ଜୋନରୁ ଅନ୍ୟ ଜୋନକୁ ବଦଳି କରାଯାଇଥିବା ସୂଚନା ମିଳିଛି । ସେହିପରି ୨୮୮ ଜଣଙ୍କୁ ମୁଖ୍ୟ କାର୍ଯ୍ୟାଳୟରୁ ହଟାଇ ଅନ୍ୟ ସ୍ଥାନକୁ ବଦଳି କରାଯାଇଛି । ମିଳିଥିବା ଗୁପ୍ତ ସୂଚନା ଆଧାରରେ କେତେକ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବା ସମ୍ଭାବନା ରହିଛି ।