ବର୍ଷର ୧୫ଟି ଛୁଟିକୁ ବାତିଲ୍ କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ! କ୍ୟାବିନେଟ୍ ବୈଠକରେ ହେଲା ନିଷ୍ପତି

32

କନକ ବ୍ୟୁରୋ : ବର୍ଷର ୧୫ଟି ଛୁଟିକୁ ବାତିଲ୍ କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଗତକାଲି ବସିଥିବା ୪ର୍ଥ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତି ନେଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ । ରାଜ୍ୟର ମହାପୁରୁଷର ପୁଣ୍ୟତିଥି ପାଇଁ ରହିଥିବା ଏହି ୧୫ଟି ଛୁଟିକୁ ବାତିଲ କରାଯାଇଛି ।

ଏହି ଦିନ ଗୁଡ଼ିକରେ ଏହି ମହାପୁରୁଷଙ୍କ ବିଷୟରେ ଅବଗତ କରିବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ବସିଥିବା ୩ଟି କ୍ୟାବିନେଟ୍ ବୈଠକରେ ମଧ୍ୟ ଆଂଟି ରୋମିଓ, ଚାଷୀଙ୍କୁ ଋଣ ଛାଡ଼, ନାଲିବତି ଉପରେ କଟକଣା ଆଦି ପଦକ୍ଷେପ ନେଇ ଚର୍ଚ୍ଚିତ ହୋଇଥିଲେ ୟୁପି ମୁଖ୍ୟମନ୍ତ୍ରୀ ।