ପଦାକୁ ଆସିଲା ଭାଇରାଲ ଭିଡିଓର ସତ ! ନିଜ ଭିଡିଓକୁ ନିଜେ ହିଁ ଭାଇରାଲ କରିଥିଲା ଉନ୍ମୟ ପାଢୀ

36

କନକ ବ୍ୟୁରୋ: ନିଜ ଭିଡିଓକୁ ନିଜେ ହିଁ ଭାଇରାଲ କରିଥିଲା ଉନ୍ମୟ ପାଢୀ । ଜେଲ ଦଣ୍ଡ ଭୋଗି ପ୍ରତିଶୋଧ ପରାୟଣ ହୋଇ ପଡିଥିବା ଉନ୍ମୟ ଯୁବତୀଙ୍କ ସହ ଥିବା ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଭାଇରାଲ କରିବାକୁ ପଛଘୁଂଚା ଦେଇ ନଥିଲେ । ନିଜେ ବଦନାମ ହେବା ସହ ଯୁବତୀଙ୍କୁ ବି ବଦନାମ କରିବାକୁ ସେ ଏଭଳି କାମ କରିବାକୁ ପଛାଇ ନଥିଲେ । ଏପରିକି ପର୍ଣ୍ଣ ସାଇଟରେ ଭିଡିଓକୁ ଅପଲୋଡ କରିଥିବା ବେଳେ, ଏକ ମେସେଜ ସାହାଯ୍ୟରେ ପର୍ଣ୍ଣ ଲିଙ୍କ୍ ଗୁଡିକୁ ସେୟାର କରୁଥିଲେ ।

ଅନ୍ୟପଟେ ଏକା ଥରକେ ଶତାଧିକ ଭିଡିଓ ଭାଇରାଲ କରିବା ପାଇଁ ତିଆରି କରିଥିଲେ ଏକ ହ୍ୱାଟସଅପ୍ ଗ୍ରୁପ୍ । ଏହି ଗ୍ରୁପରେ ଭିଡିଓରେ ଥିବା ଯୁବତୀଙ୍କ କିଛି ଖାସ୍ ସାଙ୍ଗକୁ ଆଡମିନ ମଧ୍ୟ କରିଥିଲେ ଉନ୍ମୟ । ଶହେରୁ ଅଧିକ ଲୋକଙ୍କୁ ଏହି ଗ୍ରୁପରେ ରଖି ସବୁ ଭିଡିଓକୁ ଭାଇରାଲ କରିଥିଲେ ଉନ୍ମୟ । ଯେଉଁ ଭିଡିଓରେ ଥିଲା ଉନ୍ମୟ ଓ ଯୁବତୀଙ୍କ ଅନ୍ତରଙ୍ଗ ମୁହୁର୍ତର ଚିତ୍ର ।

ତେବେ ଘଟଣାକୁ ସପ୍ତାହେ ବିତି ଯାଇଥିବା ବେଳେ, ଏବେବି ମିଷ୍ଟ୍ରି ହୋଇ ରହିଛି ଉନ୍ମୟ ପାଢୀ ହତ୍ୟାକାଣ୍ଡ । ତେବେ ତୃତୀୟ ବ୍ୟକ୍ତି ହିଁ ଏହି ହତ୍ୟାକାଣ୍ଡ କରିଥାଇ ପାରେ ବୋଲି ପୁଲିସ ସନ୍ଦେହ କରୁଛି ।