ଗଂଜାମରେ କାନ୍ଧରେ ଶବ ବୁହା ଘଟଣା : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା

25

କନକ ବ୍ୟୁରୋ : ଗଂଜାମରେ କାନ୍ଧରେ ଶବ ବୁହା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମା’ ଶବକୁ କାନ୍ଧରେ ବୋହି ବୋହି ନେବା ଘଟଣା ନବୀନ ସରକରଙ୍କ ମୁଖା ଖୋଲିଛି ବୋଲି ସୋସିଆଲ ମିଡ଼ିଆରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଆମ୍ବୁଲାନ୍ସ କି ମହାପ୍ରୟାଣ ଗାଡି ନମିଳିବାରୁ ଶେଷରେ ମା’ର ଶବକୁ ବାଉଂଶରେ ବାନ୍ଧି କାନ୍ଧରେ ବୋହିଲା ପୁଅ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଭଞ୍ଜନଗର ସୋରଡ଼ା ମେଡ଼ିକାଲରେ । ସୋରଡା ମେଡିକାଲରୁ ସୋରିଷବିଲି ଗାଁ ଯାଏ ମା’ର ମୃତଦେହକୁ ବୁହାହୋଇ ନିଆଯାଇଛି ।