ଏସସିବିରେ ଯୋଡାମୁଣ୍ଡ ଥିବା ଯାଆଁଳା ଶିଶୁଙ୍କ ଚିକିତ୍ସା ଜାରି ! ଡାକ୍ତର କହିଲେ, ଅପରେସନ୍ ପାଇଁ କରାଯିବ ଉଦ୍ୟମ

23

କନକ ବ୍ୟୁରୋ : ଯୋଡ଼ା ମୁଣ୍ଡରୁ ମିଳିବ ମୁକ୍ତି । ଜାଆଁଳା ଶିଶୁଙ୍କ ହେବ ଉପଚାର । ଚିକିତ୍ସା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଦିଲ୍ଲୀ ଏମ୍ସରେ ଅପରେସନ କରାଗଲେ ପିଲା ଦୁଇ ଜଣ ନୂଆ ଜୀବନ ପାଇବେ ବୋଲି ଆଶା ପ୍ରକାଶ କରିଛନ୍ତି କଟକ ବଡ ମେଡିକାଲ ଡାକ୍ତର । ଦୁଇ ବର୍ଷ ହେବ ଯୋଡାମୁଣ୍ଡ ଯାଆଁଳା ପିଲାଙ୍କୁ ଧରି ଏ ହସ୍ପିଟାଲରୁ ସେ ହସ୍ପିଟାଲ ଯାଇ ନୟାନ୍ତ ହେବା ପରେ ଶେଷରେ କଟକ ବଡ ମେଡ଼ିକାଲରେ ପହଂଚିଥିଲେ କନ୍ଧମାଳ ଜିଲ୍ଲା ଭୂୟାଁ କହଁର ।

ସ୍ୱାସ୍ଥ୍ୟ ବିଭାଗର ତତ୍ୱାବଧାନରେ ଏହି ଦୁଇ ଶିଶୁଙ୍କ ଚିକିତ୍ସା ପାଇଁ ଏସସିବିକୁ ଅଣାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ପିଲା ଦୁଇ ଜଣଙ୍କୁ ଏମ୍ସ ନେବା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର । ଦିଲ୍ଲୀ ଏମ୍ସରେ ଅପରସେନ କରି ସୁରକ୍ଷିତ ଭାବେ ଯୋଡ଼ା ମୁଣ୍ଡକୁ ଅଲଗା କରାଗଲେ ପିଲା ଦୁଇ ଜଣ ସୁସ୍ଥ ହୋଇପାରିବେ ବୋଲି କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର । ତେବେ ଯୋଡାମୁଣ୍ଡ ଥିବା ଯାଆଁଳା ଶିଶୁଙ୍କ ଚିକିତ୍ସା ଖର୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଘୋଷଣା କରିବା ପରେ ପୁଣି ଥରେ ଚିକିତ୍ସା ଆରମ୍ଭ ହୋଇଛି ।