ଚିଟଫଣ୍ଡ ଖଳନାୟକଙ୍କ ଆତ୍ମହତ୍ୟା ଉଦ୍ୟମ : ଜେଲରେ ହାତ କାଟିଦେଲେ ପ୍ରଦୀପ ସେଠୀ

33

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଚିଟଫଣ୍ଡ ଖଳନାୟକଙ୍କ ଆତ୍ମହତ୍ୟା ଉଦ୍ୟମ । ଏଟି ମୁଖ୍ୟ ପ୍ରଦୀପ ସେଠୀ ଜେଲ ଭିତରେ କାଟିପକାଇଛନ୍ତି ହାତ । ଗତକାଲି ବିଳମ୍ବିତ ରାତିରେ ପ୍ରଦୀପ ସେଠୀ ୱାର୍ଡରେ ଥିବା ଏକ ସ୍କାର୍ପରେ ନିଜ ହାତକୁ କାଟି ପକାଇଥିଲେ । ଏଥିସହ ଜେଲ ରେଲିଂରେ ନିଜ ମୁଣ୍ଡକୁ ପିଟିଥିଲେ । ପ୍ରଥମେ ଜେଲର ଡାକ୍ତର ତାଙ୍କୁ ଚିକିତ୍ସା କରିବା ପରେ କ୍ୟାପିଟାଲ ହସ୍ପିଟାଲର ଦୁଇଜଣ ଡାକ୍ତର ଜେଲକୁ ଆସି ତାଙ୍କର ଚିକିତ୍ସା କରିଥିଲେ । ବିଳମ୍ବିତ ରାତିରେ ପ୍ରଦୀପ ଏଭଳି ଆତ୍ମହତ୍ୟା ଉଦ୍ୟମ କରିଥିବାରୁ ତାଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିବା ସମ୍ଭବ ନଥିଲା। ତେବେ ସେ ସାମାନ୍ୟ ଆହତ ହୋଇଥିବା କହିଛନ୍ତି ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର ।

ଲିଖିତ ଅଭିଯୋଗ ହେଲେ ପ୍ରଦୀପଙ୍କ ବିରୋଧରେ ମାମଲା ରୁଜୁ କରିବ ପୁଲିସ। ଆତ୍ମହତ୍ୟା ଉଦ୍ୟମ ନେଇ ମାମଲା ରୁଜୁ କରାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ। ଏବେ କେବଳ ମୌଖିକ ସୂଚନା ଦିଆଯାଇଛି। ଘଟଣାର ତଦନ୍ତ ଜେଲ ଡିଆଇଜି କରିବେ ବୋଲି କହିଛନ୍ତି ଡିସିପି ସତ୍ୟବ୍ରତ ଭୋଇ।