ଏହି ଦେଶ ଲଗାଇଲା ହ୍ୱାଟସଆପ୍ ଏବଂ ଫେସବୁକ୍ ଉପରେ ଟ୍ୟାକ୍ସ ! ଜାଣନ୍ତୁ କାହିଁକି ?

28

ପୂର୍ବ ଆଫ୍ରିକାର ୟୁଗାଣ୍ଡା ନାମକ ସ୍ଥାନରେ ବିବାଦ ଶବ୍ଦ ଆଇନ୍ ଲାଗୁ କରାଯାଇଛି । ଏହି କାରଣରୁ ସେଠାକାର ଲୋକଙ୍କୁ ସୋସିଆଲ୍ ମିଡିଆ ବ୍ୟବହାର କଲେ ଟ୍ୟାକ୍ସ ଦେବା ପାଇଁ ବାଦ୍ଧ୍ୟତାମୂଳକ କରାଯାଇଛି । ଏବେ ସେଠାକାର ନାଗରିକଙ୍କୁ ଫେସବୁକ୍ , ହ୍ୱାଟସଆପ୍ , ଟ୍ୱିଟର ଏବଂ ସୋସିଆଲ୍ ମିଡିଆର ଅନ୍ୟ ସାଇଟକୁ ବ୍ୟବହାର କଲେ ପ୍ରତିଦିନ ୩ ଟଙ୍କା ୩୬ ପଇସା ଦେବାକୁ ପଡିବ ।

ସୋସିଆଲ୍ ମିଡିଆର ପ୍ଲାର୍ଟଫର୍ମକୁ ଆଇନର ହସ୍ତାନ୍ତର କରିଥିବା ୟୁଗାଣ୍ଡାର ରାଷ୍ଟ୍ରପତି ୟୁବେରୀ ମୁସେବେନି କହିଥିଲେ ଯେ, “ସୋସିଆଲ୍ ମିଡିଆ କେବଳ ଭିତ୍ତିହୀନ କଥାବାର୍ତ୍ତା ଏବଂ ଗୁଜବ ବଢାଇବାର ଏକ ମାଧ୍ୟମ ।” ରାଷ୍ଟ୍ରପତି କହିଛନ୍ତି ଯେ,ସୋସିଆଲ୍ ମିଡିଆରୁ ଗୁଜବ ଏବଂ ଫାଲତୁ କଥାବାର୍ତ୍ତାକୁ କମ୍ କରିବା ପାଇଁ ଏହା ଏକ ପ୍ରୟାସ ।

ରାଷ୍ଟ୍ରପତିଙ୍କ ଚିନ୍ତାଧାରାକୁ ସମ୍ମାନ ଜଣାଇ ୟୁଗାଣ୍ଡା ସଂସଦ ଏହି ବିଲକୁ ପାସ୍ କରିଛନ୍ତି । ଏହି ଆଇନ୍ ଅନୁସାରେ ସୋସିଆଲ୍ ମିଡିଆ ବ୍ୟବହାର କରୁଥିବା ଲୋକଙ୍କୁ ପ୍ରତ୍ୟେକ ଦିନ ୨୦୦ ସିଲିଙ୍ଗ୍ (୦.୦୫ ଡଲାର) ଟ୍ୟାକ୍ସ ଲାଗିବ । ଏହି ଟ୍ୟାକ୍ସ ୧ ଜୁଲାଇରୁ ଲାଗୁ ହେବ । ଏହାଛଡା ମୋବାଇଲ୍ ମନି ଟ୍ରାଞ୍ଜାକସନରେ ମଧ୍ୟ ୧ ପ୍ରତିଶତ ଟ୍ୟାକ୍ସ ଲାଗୁ ହେବ । ୟୁଗାଣ୍ଡାରେ ପ୍ରାୟ ୨୦ ଲକ୍ଷ ଲୋକ ସୋସିଆଲ୍ ମିଡିଆ ସହ ଜଡିତ ହୋଇ ରହିଛନ୍ତି ।