ଦିଲ୍ଲୀ ରାଜପଥରେ ୟୁଏଇ ସେନା : ସାଧାରଣତନ୍ତ୍ର ଦିବସ ପରେଡରେ ସାମିଲ ହେଲା ସଂଯୁକ୍ତ ଆରବ ଏମିରଟସ୍

55

କନକ ବ୍ୟୁରୋ : ପ୍ରଥମ ଥର ପାଇଁ ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀର ରାଜପଥରେ ଦେଖିବାକୁ ମିଳିଥିଲା ସଂଯୁକ୍ତ ଆରବ ଏମିରଟସର ଏକ ସେନାଙ୍କୁ । ୟୁଏଇ ସେନା ଦଳ ଗଣତନ୍ତ୍ର ଦିବସ ପରେଡରେ ସାମିଲ ହୋଇଥିଲେ । ସେନା ଧୁନର ତାଳେ ତାଳେ ପରେଡ କରିଥିଲେ ୧୪୪ ଜଣ ଯବାନ । ଆଉ ଏଥିରେ ସାମିଲ ହୋଇଥିଲେ ୪୪ ଜଣ ବ୍ୟାଣ୍ଡ ମେମ୍ବର । ଗଣତନ୍ତ୍ର ଦିବସରେ ବିଦେଶୀ ଯବାନଙ୍କ ପରେଡ ପ୍ରଦର୍ଶନ ଗତ ବର୍ଷଠାରୁ ଆରମ୍ଭ ହୋଇଛି । ୨୦୧୬ ଜନରାଜ୍ୟ ଦିବସ ପରେଡ ସାମିଲ ହୋଇଥିଲା ଫ୍ରାନ୍ସ ସେନା ।