ପୁଣି ବାଘ ଆତଙ୍କ ! ଖରିଆରରୋଡ଼ ରେଞ୍ଜ ହଳଦୀ ଗାଁରେ ବାଘ ଆକ୍ରମଣରେ ୨ଗୁରୁତର

39

କନକ ବ୍ୟୁରୋ: ନୂଆପଡ଼ା ହଳଦୀ ଗାଁରେ ବା ଆତଙ୍କ । ଖରିଆରରୋଡ଼ ରେଞ୍ଜ ହଳଦୀ ଗାଁରେ ଗତକାଲି ରାତିରେ ୨ଜଣଙ୍କୁ ବାଘ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗାଁର ଧାନବାଇ ପାଣ୍ଡେ ଓ ତାଙ୍କ ନାତୁଣୀ ଚାନ୍ଦିନୀ ପାଣ୍ଡେ ଘରେ ଶୋଇଥିବାବେଳେ ଉଭୟଙ୍କୁ ପଂଝା ମାରିଛି ବାଘ । ଦୁହିଁଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ତେବେ ବନବିଭାଗ ଗାଁରେ ପହଂଚି ବାଘକୁ ଧରିବା ପାଇଁ ଚେଷ୍ଟା ଆରମ୍ଭ କରିଛି । ଗତ ମେ’ ୨୬ତାରିଖରେ ୪ବର୍ଷର ଶିଶୁକୁ ବାଘ ଝାମ୍ପି ନେଇଥିଲା । ଏହି ଘଟଣା ମନରୁ ନଲିଭୁଣୁ ପୁଣି ବାଘ ଆତଙ୍କରେ ଆତଙ୍କିତ ହୋଇଛନ୍ତି ଗାଁଲୋକେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –