ମାଲକାନଗିରିରେ ଆତ୍ମସମର୍ପଣ କଲେ ୨ ମାଓ କ୍ୟାଡର ! ସେପଟେ ଚିତ୍ରକୋଣ୍ଡା କପାତୁଟି ଜଙ୍ଗଲ ଏନକାଉଁଂଟରକୁ ହତ୍ୟା ବୋଲି କହିଲା ମାଓ ସଂଗଠନ

31

କନକ ବ୍ୟୁରୋ: ଦୁଇ ମାଓ ନେତାଙ୍କ ଆତ୍ମସମର୍ପଣ । ମାଲକାନଗିରି ଏସପି ମିତ୍ରଭାନୁ ମହାପାତ୍ରଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଦୁଇ କ୍ୟାଡର ମାଓବାଦୀ । ଜଣେ ମାଓବାଦୀ ଏସିଏମ ଓ ଅନ୍ୟ ଜଣେ ଡିସିଏମର ମାଓ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ । ଦୁଇ ମାଓବାଦୀ ସୂର୍ଯ୍ୟ ଓ ମାଳତୀ ବୋଲି ଜଣାପଡିଛି । ଉଭୟଙ୍କ ନାଁରେ ୪ ଓ ୫ଲକ୍ଷ ଟଙ୍କାର ପୁରଷ୍କାର ରାଶି ଘୋଷଣା କରାଯାଇଥିଲା ।

ଅନ୍ୟପଟେ, ଏନକାଉଁଟର ନୁହେଁ ହତ୍ୟାକାଣ୍ଡ । ଏଭଳି ଅଭିଯୋଗ ଆଣିଛି ମାଓସଂଗଠନ । ଏନେଇ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଜଣାଇଛି ମାଓ ସଂଗଠନ । ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ କପାତୁଟି ଜଙ୍ଗଲରେ ଏନକାଉଂଟର କରିଥିଲେ ଡିଭିଏଫ ଯବାନ । ଏହି ଏନକାଉଂଟରରେ ଜଣେ ମାଓ କମାଣ୍ଡର ନିହତ ହୋଇଥିଲେ । ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –