ଲିଙ୍ଗପରିବର୍ତ୍ତନ ପରେ ମହିଳାରୁ ପୁରୁଷ ବନିଥିବା ବ୍ୟକ୍ତି ଦ୍ୱିତୀୟ ଶିଶୁକୁ ଜନ୍ମ ଦେଲେ !
ପିଲାଟିଏ ଜନ୍ମ ଦେବା ଦୁନିଆର ଶ୍ରେଷ୍ଠ ଅନୁଭବ ବୋଲି କୁହାଯାଏ । ପ୍ରକୃତିର ନିୟମ ହେଲା, କେବଳ ମହିଳାମାନେ ହିଁ ଏହି ଅନୁଭୂତି ହାସଲ କରି ପାରନ୍ତି । କିନ୍ତୁ ଆଜିର ବିଜ୍ଞାନ ସମସ୍ତ ସୀମାକୁ ପାର କରିଛି। ଜଣେ ପୁରୁଷ ପିଲା ଜନ୍ମ କରିଥିବା କଥା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଲିଙ୍ଗ ପରିବର୍ତ୍ତନ ପରେ ମହିଳାରୁ ପୁରୁଷ ବନିଥିବା ଜଣେ ବ୍ୟକ୍ତି ନିଜର ଦ୍ୱିତୀୟ ଶିଶୁକୁ ଜନ୍ମ କରିଛନ୍ତି। ୪ ବର୍ଷ ପୂର୍ବେ କେସି ସୁଲିଭାନ ଲିଙ୍ଗ ପରିବର୍ତ୍ତନ କରି ମହିଳାରୁ ପୁରୁଷ ହୋଇଥିଲେ । ମହିଳା ଥିବା ସମୟରେ ସେ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ କରିଥିଲେ । କେସି ପ୍ରାୟ ୭ ଦିନର ଯନ୍ତ୍ରଣା ପରେ ସି-ସେକ୍ସନ ଜରିଆରେ ଫୋନିକ୍ସକୁ ଜନ୍ମ କରିଛନ୍ତି । ସେ ଦୁନିଆର ପ୍ରଥମ ବ୍ୟକ୍ତି ଯିଏ ଉଭୟ ପୁରୁଷ ଏବଂ ମହିଳା ଭାବେ ଶିଶୁ ଜନ୍ମ କରିଛନ୍ତି । ସେ ବର୍ତ୍ତମାନ ବାଣିଜ୍ୟ ପଢ଼ୁଛନ୍ତି ଏବଂ ଗତ ଫେବ୍ରୁଆରିରେ ସାଥୀ ଷ୍ଟିଭେନଙ୍କ ଶିଶୁର ଗର୍ଭବତୀ ହୋଇଥିଲେ । ବହୁତ ଲୋକ କାସିଙ୍କ ଗର୍ଭବତୀ ହେବାକୁ ନେଇ ବହୁତ କଥା ଶୁଣାଇଥିଲେ କିନ୍ତୁ କାସି କାହା କଥାକୁ ଖାତିର ନକରି ଶିଶୁଟିକୁ ଜନ୍ମ କରିବାକୁ ନିଷ୍ପତ୍ତିି କରିଥିଲେ।
Kanak News is now on WhatsApp
Join and get latest news updates delivered to you via WhatsApp
ଲିଙ୍ଗ ପ୍ରାଧାନ୍ୟକୁ କାସି ବିଶ୍ୱାସ କରିନଥିଲେ ଏବଂ ଗର୍ଭବତୀ ହେବା ଦ୍ୱାରା ତାଙ୍କର ପୌରୁଷତା ଉପରେ କିଛି ଫରକ ପଡ଼ୁନାହି ବୋଲି କହିଥିଲେ। କାସି ୨୦୧୦ ମସିହାରେ ବିବାହ କରିଥିଲେ ଏବଂ ବହୁତ ନିର୍ଯ୍ୟାତନା ସହିିଥିଲେ । ତାଙ୍କର ପ୍ରଥମ ଶିଶୁ ଗ୍ରେସଙ୍କ ଜନ୍ମର ତିନି ମାସ ପରେ ହିଁ ସେ ଲିଙ୍ଗ ପରିବର୍ତ୍ତନ କରିଥିଲେ ।