ଅମୃତସରରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ! ୫୦ରୁ ଅଧିକ ଲୋକ ମୃତାହତ ଆଶଙ୍କା , ରେଲୱେ ଟ୍ରାକ ଉପରେ ଚଢି ରାବଣ ପୋଡି ଦେଖୁଥିବା ବେଳେ ମାଡିଗଲା ଟ୍ରେନ ।

41

କନକ ବ୍ୟୁରୋ: ଟ୍ରେନ୍ ଧକ୍କାରେ ଅନେକ ଲୋକଙ୍କ ମୃତ୍ୟୁ ଘୋଷଣା । ପଞ୍ଜାବର ଅମୃତସର ନିକଟରେ ଏକ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ସାମ୍ନାକୁ ଆସିଛି । ପଠାନକୋଟରୁ ଅମୃତସର ଅଭିମୁଖେ ଯାତ୍ରା କରୁଥିବା ଟ୍ରେନ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ଅନେକ ଲୋକଙ୍କ ଜୀବନ ଯାଇଥିବା ସନ୍ଦେହ କରାଯାଉଛି ।

ସୂଚନା ମୁତାବକ, ଏହି ଟ୍ରେନ୍ ଦୁର୍ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଟ୍ରେନଟି ପଠାନକୋଟରୁ ଅମୃତସର ଯାଉଥିବା ଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଗୌଡ଼ା ବଜାରରେ ଟ୍ରାକ୍ ଉପରେ ଜଳୁଥିବା ରାବଣ ପୁତ୍ତଳିକାକୁ ଅନେକ ଲୋକ ରାବଣ ପୋଡ଼ି ଦେଖୁଥିବା ବେଳେ ଟ୍ରେନ ଲୋକଙ୍କ ଉପରେ ଚଢିଯାଇଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।