ଛାଡ ପାଇଲେନି ଟ୍ରାଫିକ ପୋଲିସର ବଡବାବୁ । ନୋ ପାର୍କିଂ ଜୋନରେ ଗାଡି ରଖିଥିବାରୁ ଗଣିଲେ ତଣ୍ଡ

118

ଦେଶରୁ ଭିଭିଆଇପି ସଂସ୍କୃତି ଲୋପ କରିବାକୁ ମୋଦି ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି । ଯାହାର ଝଲକ ହାଇଦ୍ରାବାଦରେ ଦେଖିବାକୁ ମିଳିଛି । ହାଇଦ୍ରାବାଦ ଟ୍ରାଫିକ ପୋଲିସର ଏଭଳି ଏକ କାମ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ବେଶ ପସନ୍ଦ କରିଛନ୍ତି ସାଧାରଣ ଲୋକେ । ହାଇଦ୍ରାବାଦର ଟ୍ରାଫିକ ପୋଲିସ ବେଆଇନ ପାର୍କିଂ ପାଇଁ ନିଜ ବିଭାଗର ଅତିରିକ୍ତ ପୋଲିସ କମିଶନର ଅନିଲ କୁମାରଙ୍କ ଠାରୁ ଚାଲାଣ କାଟିଛି । ବେଆଇନ ପାର୍କିଂ ପାଇଁ ୨୩୫ ଟଙ୍କାର ଚାଲାଣ କାଟିଛି ହାଇଦ୍ରାବାଦ ପୋଲିସ ।

ଗତ ଗୁରବାର ଦିନ ରାସ୍ତାରେ ଯାଉଥିବା ବେଳେ ଜଣେ ବ୍ୟକ୍ତି ଅତିରିକ୍ତ ପୋଲିସ କମିଶନରରଙ୍କ ଗାଡି ନୋ ପାର୍କିଂ ଏରିଆରେ ଛିଡା ହୋଇଥିବାର ଦେଖିଥିଲେ । ଉକ୍ତ ବ୍ୟକ୍ତି ଜଣଙ୍କ କମିଶନରଙ୍କ ଗାଡିର ଫଟୋ ଉଠାଇ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଦେଇଥିଲେ  । ଏପରିକି ହାଇଦ୍ରାବ୍ରାଦ ପୋଲିସକୁ ଚ୍ୟାଲେଞ୍ଜ କରି ଲେଖିଥିଲେ ଯେ, ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ଅତିରିକ୍ତ ପୋଲିସ କମିଶନରଙ୍କର କଣ ଚାଲାଣ କଟାଯିବ । ଯାହା ସଙ୍ଗେ ସଙ୍ଗେ ଭାଇରାଲ ହୋଇଥିଲା ।

ଏହି ଘଟଣାରେ ଅତିରିକ୍ତ ପୋଲିସ କମିଶନର କହିଛନ୍ତି, ନୋ ପାର୍କିଂ ଏରିଆରେ ତାଙ୍କ ଗାଡି ଛିଡା ହୋଇଥିବା ସେ ଜାଣିନଥିଲେ ।କିନ୍ତୁ ଯେତେବେଳେ ସୋସିଆଲ ମିଡିଆରୁ ଏ ବାବଦରେ ଜାଣିଲେ ସେ ସଙ୍ଗେ ସଙ୍ଗେ ତାଙ୍କର ଚାଲାଣ କାଟିବାକୁ କହିଥିଲେ । ଆଉ ଟ୍ରାଫିକ ନିୟମ ଭାଙ୍ଗିବା ପାଇଁ ତାଙ୍କ ଠାରୁ ୨୩୫ ଟଙ୍କାର ଚାଲାଣ ମଧ୍ୟ କଟାଯାଇଥିଲା ।