ପୁଣି ବରିଷ୍ଠ ନାଗରିକଙ୍କୁ ନେଇ ଗଡିିବ ତୀର୍ଥଯାତ୍ରୀ ଟ୍ରେନ : ଦିନ ୧୧ଟାରେ ଭୁବନେଶ୍ୱରରୁ ଭିଡିଓ କନଫରେନ୍ସିଂ ଜରିଆରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

34

କନକ ବ୍ୟୁରୋ : ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର । ପୁଣି ବରିଷ୍ଠ ନାଗରିକଙ୍କୁ ନେଇ ଗଡିିବ ତୀର୍ଥଯାତ୍ରା ଟ୍ରେନ । ଆଜି ଦିନ ୧୧ଟାରେ ଭୁବନେଶ୍ୱରରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସପ୍ତମ ତୀର୍ଥଯାତ୍ରା ଟ୍ରେନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଟ୍ରେନ ବାଲେଶ୍ୱରରୁ ସିଧା ଆଗ୍ରା ଯିବ । ଏହାପରେ ଫତେପୁର ସିକ୍ରି ଦେଇ ମଥୁରା ଅଭିମୁଖେ ଗଡିବ ଟ୍ରେନ । ପୂର୍ବରୁ ମଧ୍ୟ ଗତ ଏପ୍ରିଲ ମାସରେ ସମ୍ବଲପୁର ଷ୍ଟେସନରୁ ଏକ ତୀର୍ଥଯାତ୍ରା ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ।

ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାରେ ହଜାରରେ ଅଧିକ ବରିଷ୍ଠ ତୀର୍ଥ ଯାତ୍ରୀଙ୍କୁ ନେଇ ଏହି ଟ୍ରେନ ୭ ଦିନ ଧରି ସିରିଡି, ନାସିକ ଓ ତ୍ରୟମ୍ବକେଶ୍ୱର ଯାତ୍ରା କରିଥିଲା । ଏଥିପାଇଁ ଭାରତୀୟ ରେଳବାଇର ପର୍ଯ୍ୟଟନ ବିଭାଗ ସହ ଏମଓୟୁ କରିଛନ୍ତି ଓଡିଶା ସରକାର । ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ବରିଷ୍ଠ ନାଗରିକଙ୍କୁ ସଂପୂର୍ଣ୍ଣ ମାଗଣାରେ ଦେଶର ପ୍ରମୁଖ ତୀର୍ଥସ୍ଥଳୀ ବୁଲାଇବା ପାଇଁ ୨୦୧୬ରୁ ଏହି ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।