ଘରୋଇ ବିମାନ ଚଳାଚଳ ପାଇଁ ଜାରି ହେଲା ଏସଓପି । ଭୁବନେଶ୍ୱର ବିମାନବନ୍ଦର ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କହିଲେ ନିର୍ଦ୍ଦେଶକ । ଟଚ୍ ଫ୍ରି ପାଇଁ କରାଯିବ ବ୍ୟବସ୍ଥା । ପାଳନ କରାଯିବ କେନ୍ଦ୍ର ସରକାରଙ୍କ ସମସ୍ତ ଗାଇଡ ଲାଇନ୍ । 

464

କନକ ବ୍ୟୁରୋ : ଘରୋଇ ବିମାନ ଚଳାଚଳ ପାଇଁ ଜାରି ହେଲା ଏସଓପି । ଆସନ୍ତା ୨୫ ତାରିଖରୁ ଘରୋଇ ବିମାନ ସେବା ଆରମ୍ଭ ହେବ । କରୋନା ପରିପ୍ରେକ୍ଷୀରେ ରେ ଘରୋଇ ବିମାନ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏସଓପି ଜାରି କରାଯାଇଛି ।  ବିମାନବନ୍ଦରରୁ ଗନ୍ତବ୍ୟ ସ୍ଥଳକୁ ଯିବାକୁ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ରହିଛି । ବିମାନ ଉଡାଣର ୨ ଘଂଟା ପୂର୍ବରୁ ବିମାନବନ୍ଦରରେ ପହଚିଂବେ ଯାତ୍ରୀ । ସାମାଜିକ ଦୂରତା ରକ୍ଷା କରି ଗାଡି ପାର୍କିଂ ପାଇଁ ବ୍ୟବସ୍ଥା କରିବା ସହିତ ଟ୍ରାଫିକ ପୁଲିସ ଓ ସିଆଇଏସଏଫ ଦ୍ୱାରା ପାର୍କିଂ ସୁବିଧା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ।  ଏହା ସହିତ  ସମସ୍ତ ଯାତ୍ରୀ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବା ସହିତ  ମାସ୍କ ଓ ଗ୍ଲୋବସ ପିନ୍ଧିବା ପାଇଁ ବାଧ୍ୟତାମୂଳକ କରାଯାଇଛି ।

ପ୍ରବେଶ କଲାବେଳେ ଯାତ୍ରୀଙ୍କ ର୍ଥମାଲ ସ୍କ୍ରିନିଂ ବାଧ୍ୟତାମୂଳକ । ବିମାନବନ୍ଦରରରୁ ଯାତ୍ରୀ ଘରକୁ ଯିବା ପାଇଁ ଟ୍ୟାକ୍ସି ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।   ସେପଟେ ଭୁବନେଶ୍ୱର ବିମାନବନ୍ଦର ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି  ନିର୍ଦ୍ଦେଶକ ଭିଭି ରାଓ । କେନ୍ଦ୍ର ସରକାରଙ୍କ ସମସ୍ତ ଗାଇଡ ଲାଇନ୍ ପାଳନ କରାଯିବ । କେଉଁ ଅଂଚଳକୁ ବିମାନ ଉଡିବ ସନ୍ଧ୍ୟା ଜଣାଯିବ  ବୋଲି କହିଛନ୍ତି ନିର୍ଦ୍ଦେଶକ । ଏହା ସହ ଭୁବନେଶ୍ୱର ବିମାନବନ୍ଦର ସଂପୂର୍ଣ୍ଣ ଟଚ ଫ୍ରି  କରାଯିବ ।