ନବରଙ୍ଗପୁର, ମାଲକାନଗିରି ପରେ ସୁବର୍ଣ୍ଣପୁରରେ ପୁଣି ଲୁଣର ଅଭାବ ବିକ୍ରି ନେଇ ଗୁଜବ । ଦର ଦୁଇଗୁଣ ବୃଦ୍ଧି କଲେ ବେପାରୀ । ପ୍ୟାକେଟ ପ୍ୟାକେଟ ଲୁଣ ବୋହିନେଲେ ଖାଉଟି

274

କନକ ବ୍ୟୁରୋ : ପୁଣି ଲୁଣ ଅଭାବ ଗୁଜବ । ନବରଙ୍ଗପୁର ମାଲକାନଗିରି ପରେ ସୁବର୍ଣ୍ଣପୁରରେ ଲୁଣ ମିଳୁନଥିବାର ଗୁଜବ । ସହରରେ ଲୁଣ ମିଳୁନଥିବା ଗୁଜବ ପ୍ରଚାର ହେବା ପରେ ଆବଶ୍ୟକତା ଠାରୁ ଅଧିକ ଲୁଣ କିଣୁଛନ୍ତି ଲୋକ । ଲୁଣ କିଣିବା ପାଇଁ ଦୋକାନରେ ଗ୍ରାହକଙ୍କ ଲାଗିଛି ଲମ୍ବା ଲାଇନ୍ । ଗ୍ରାହକଙ୍କ ଭିଡ଼ ଦେଖି ଦୋକାନୀ ଚଢ଼ା ଦରରେ ଲୁଣ ବିକ୍ରି କରିବା ଦେଖାଦେଇଛି ।

ସେପଟେ ଗୁଜବ ହେଉଥିବା କଥାକୁ ସ୍ୱୀକାର କରିଛି ଖାଦ୍ୟ ଯୋଗାଣ ବିଭାଗ । ଜିଲ୍ଲାରେ ଆବଶ୍ୟକ ପରିମାଣର ଲୁଣ ମହଜୁଦ ଅଛି । ଚଢ଼ା ଦରରେ ଲୁଣ ବିକ୍ରି କରୁଥିବା ଦୋକାନୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଅଧିକାରୀ । ପୂର୍ବରୁ ମଧ୍ୟ ଏହି ଗୁଜବ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ ରାଜ୍ୟରେ ଯଥେଷ୍ଟ ପରିମାଣରେ ଲୁଣ ମହଜୁଦ ଅଛି । ଗୁଜବ ଉପରେ ବିଶ୍ୱାସ ନକରିବା ପାଇଁ କହିଥିଲେ ।