ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ! ୨ ଦିନ ଭିତରେ ନେବ ଲଘୁଚାପର ରୂପ

41

କନକ ବ୍ୟୁରୋ : ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିି ହୋଇଛି । ୨ ଦିନ ଭିତରେ ଏହା ଲଘୁଚାପର ରୂପ ନେବ । ଏହା ପ୍ରଭାବରେ ୨୪ ଘଂଟା ମଧ୍ୟରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୫ରୁ ବର୍ଷାର ପରିମାଣ ବଢିବ । ଉପରମୁଣ୍ଡରେ ଅଧିକ ବର୍ଷାଯୋଗୁଁ ବୁଢାବଳଙ୍ଗ, ବୈତରଣୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ନଦୀ ଫୁଲିବା ଆଶଙ୍କା ରହିଛି ।