ଆଜି ବିଧାନସଭାରେ ଆଗତ ହେବ ଅନ୍ତରୀଣ ବଜେଟ । ଗୃହରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା

୨୦୧୯-୨୦ ବର୍ଷ ପାଇଁ ଆଜି ବିଧାନସଭାରେ ଅନ୍ତରୀଣ ବଜେଟ ଆଗତ ହେବ

58

କନକ ବ୍ୟୁରୋ : ୨୦୧୯-୨୦ ବର୍ଷ ପାଇଁ ଆଜି ବିଧାନସଭାରେ ଅନ୍ତରୀଣ ବଜେଟ ଆଗତ ହେବ। ଆଗକୁ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଆଜି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ବଜେଟ ଉପସ୍ଥାପନ କରିବେ। ପାଖାପାଖି ୧ଲକ୍ଷ ୩୨ ହଜାର ୬୬୦ େକାଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରାଯାଇଛି, ଯାହା ଗତବର୍ଷ ମୂଳ ବଜେଟର ପାଖାପାଖି ୧୦ ପ୍ରତିଶତ ଅଧିକ ବୋଲି କୁହାଯାଉଛି। ତେବେ ୪ମାସ ପାଇଁ ୫୨ ହଜାରକୋଟିର ଲେଖାନୁଦାନକୁ ୮ ତାରିଖ ଦିନ ବିଧାନସଭା ପାରିତ କରିବେ।

୨୦୧୮-୧୯ ଆର୍ଥିକ ବର୍ଷରେ ୧ ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କା ବଜେଟ ଅନୁେମାଦିତ ହୋଇଥିଲା। ପରେ ଅତିରିକ୍ତ ବଜେଟର ୧୨ ହଜାର ୭୯୦ କୋଟି ଟଙ୍କା ଖର୍ଚ୍ଚ ପାଇଁ ଗୃହ ଅନୁମତି ଦେଇଥିଲା।ତେବେ କେନ୍ଦ୍ରରେ ଅନ୍ତରୀଣ ବଜେଟ ଆଗତ ହୋଇସାରିଛି । ବର୍ତମାନ ରାଜ୍ୟ ବଜେଟରେ କଣ କଣ ଆଗତ ହେବ ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।