ଆଜି କୃଷକଙ୍କୁ ମିଳିବ ଦ୍ୱିତୀୟ ପର୍ଯ୍ୟାୟ କାଳିଆ ଟଙ୍କା । । ୧୦ ଲକ୍ଷରୁ ଅଧିକ ଭୂମିହୀନଙ୍କୁ ଜୀବିକା ଅର୍ଜନ ଓ ଆନୁଷଙ୍ଗିକ କୃଷିକାର୍ଯ୍ୟ ପାଇଁ ମିଳିବ ଆର୍ଥିକ ସହାୟତା

ଭୂମିହୀନଙ୍କ ପାଇଁ ଆଜି କାଳିଆ ଯୋଜନାରେ ଆର୍ଥିକ ସହାୟତା ମିଳିବ

309

କନକ ବ୍ୟୁରୋ : ଭୂମିହୀନଙ୍କ ପାଇଁ ଆଜି କାଳିଆ ଯୋଜନାରେ ଆର୍ଥିକ ସହାୟତା ମିଳିବ । କେନ୍ଦ୍ରାପଡାରେ ଚାଷୀ ମହାସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ହିତାଧିକାରୀଙ୍କୁ ଟଙ୍କା ବାଂଟିବେ । ୧୦ ଲକ୍ଷରୁ ଅଧିକ ଭୂମିହୀନଙ୍କୁ ଜୀବିକା ଅର୍ଜନ, ଆନୁସଙ୍ଗିକ କୃଷିକାର୍ଯ୍ୟ ପାଇଁ ୩ଟି କିସ୍ତିରେ ୧୨ ହଜାର ୫ଶହ ଟଙ୍କାର ସହାୟତା ମିଳିବ । ଭୂମିହୀନ ଚାଷୀଙ୍କୁ ଜୀବନଧାରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ମିଳିବ ୫ ହଜାର ଟଙ୍କା । ଚାଷୀମାନେ ଏହି ଟଙ୍କାରେ ଛେଳି, ବତକ, କୁକୁଡ଼ା, ଛତୁ ଏବଂ ମହୁ ଚାଷ କରିପାରିବେ ।

ଜୀବନଧାରଣ ପାଇଁ ୭ଟି କ୍ଷେତ୍ରରେ ଏହି ଟଙ୍କାକୁ ବିନିଯୋଗ କରିପାରିବେ ଚାଷୀ । ନିଜ ପସନ୍ଦ ଏବଂ ସୁବିଧା ମୁତାବକ ଟଙ୍କାକୁ ବିନିଯୋଗ କରିପାରିବେ ଭୂମିହୀନ ଚାଷୀ । ତେବେ ପୂର୍ବରୁ ମଧ୍ୟ କୃଷକଙ୍କ ପାଇଁ କାଳିଆ ଯୋଜନା ମାଧ୍ୟମରେ ଟଙ୍କା ମିଳିଛି । ଏହି ଯୋଜନା ମାଧ୍ୟମରେ ରାଜ୍ୟର ଅନେକ ଚାଷୀମାନେ ଉପକୃତ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ରାଜ୍ୟର ଅନେକ ଜିଲ୍ଲା ଗସ୍ତକରି କୃଷକମାନଙ୍କୁ କାଳିଆ ଟଙ୍କା ଦେଉଛନ୍ତି । ଏହି ଟଙ୍କାର ଲାଭ ସମସ୍ତ ଚାଷୀ ପାଇବେ ବୋଲି ମଧ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।