ଆଜି ଓଡ଼ିଶା ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ! ପୁରୀ ଗସ୍ତକୁ ବିରୋଧ କଲେ ଶ୍ରୀମନ୍ଦିର ସେବାୟତ

26

କନକ ବ୍ୟୁରୋ : ଆଜି ଓଡ଼ିଶା ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ମମତା ପୁରୀ ଯାଇ ଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି  । ତେବେ ତାଙ୍କ ପୁରୀ ଗସ୍ତକୁ ବିରୋଧ କରାଯାଇଛି । ଶ୍ରୀମନ୍ଦିର ସେବାୟତମାନେ ମମତାଙ୍କ ପୁରୀ ଗସ୍ତକୁ ବିରୋଧ କରିବେ ବୋଲି କହିଛନ୍ତି ।  ଗୋମାଂସ ଭକ୍ଷଣ ନେଇ ମମତାଙ୍କ ବିବାଦୀୟ ବୟାନ ଯୋଗୁଁ ତାଙ୍କୁ ବିରୋଧ କରିବେ ବୋଲି କହିଛନ୍ତି  । ବିରୋଧକୁ ଦୃଷ୍ଟିରେ ରଖି ସେବାୟତ ସଂଘର ସମ୍ପାଦକ ସୋମନାଥ ଖୁଂଟିଆଙ୍କୁ ଅଟକ ରଖାଯାଇଛି । ସୋମନାଥଙ୍କୁ ଅଟକ ରଖିଛି ସିଂହଦ୍ୱାର ଥାନା ପୁଲିସ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –