ଆଜି ବସିବ ହାଇକୋର୍ଟ ବାର ଆସୋସିଏସନର ଗୁରୁତ୍ୱପୂର୍ଣ୍ଣ ବୈଠକ । କଣ ହେବ ଆଇନଜୀବୀଙ୍କ କାର୍ଯ୍ୟପନ୍ଥା ନିଆଯିବ ନିଷ୍ପତି

31

କନକ ବ୍ୟୁରୋ: ଆଜି ବସିବ ହାଇକୋର୍ଟ ବାର ଆସୋସିଏସନର ଗୁରୁତ୍ୱପୂର୍ଣ୍ଣ ବୈଠକ । କଣ ହେବ ଆଇନଜୀବୀଙ୍କ କାର୍ଯ୍ୟ ପନ୍ଥା, ସେ ସମ୍ପର୍କରେ ନିଆଯିବ ନିଷ୍ପତି । ଓକିଲଙ୍କୁ ମାଡ ପ୍ରତିବାଦରେ ଦୁଇ ମାସ ହେଲା ଆନ୍ଦୋଳନ ଚଳାଇଥିବା ଆଇନଜୀବୀମାନଙ୍କ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ।

ଓକିଲ ଦଶହରା ଛୁଟି ପରେ ଗତକାଲି ହାଇକୋର୍ଟ ଖୋଲିଥିବା ବେଳେ ଆଇନଜୀବୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଯୋଗୁଁ ପୂର୍ବ ଭଳି ଅଚଳାବସ୍ଥା ଲାଗି ରହିଛି । ଅଭିଯୁକ୍ତଙ୍କ ଗିରଫଦାରୀ ନ ହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବା ଜିଦରେ ଆଇନଜୀବୀମାନେ ଅଟଳ ରହିଛନ୍ତି। ଅଗଷ୍ଟ ୨୯ରୁ ଆରମ୍ଭ ହୋଇଥିବା ଆଇନଜୀବୀଙ୍କ ଆନ୍ଦୋଳନକୁ ଆଉ ତିନି ଦିନ ପରେ ଦୁଇ ମାସ ପୂରିବ। ଆଇନଜୀବୀଙ୍କ କୋର୍ଟ ବର୍ଜନ ଯୋଗୁ ହାଇକୋର୍ଟ, କ୍ୟାଟ୍, ସ୍ୟାଟ୍, ଡିଆରଟି, ବିଭିନ୍ନ ଜିଲ୍ଲାର ଜିଲ୍ଲା ଅଦାଲତ ସହିତ ନିମ୍ନ ଅଦାଲତରେ ଅଚଳାବସ୍ଥା ଲାଗି ରହିଛି।

ଆଇନଜୀବୀମାନେ ସ୍ବାଭିମାନ ପାଇଁ ଲଢେଇ କରୁଥିବା କହୁଥିବା ବେଳେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଜି ହାଇକୋର୍ଟ ବାର୍ ଆସୋସିଏସନ୍ ସାଧାରଣ ପରିଷଦ ଓ ଆକ୍ସନ କମିଟି ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଆଲୋଚନା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରାଯିବ।