ଆଜି ରଜ ସଂକ୍ରାନ୍ତି : ପୋଡପିଠା ଓ ପାନରେ ମହକୁଛି ସହର ଠାରୁ ପୁରପଲ୍ଲୀ

203

କନକ ବ୍ୟୁରୋ : ଆଜି ଦ୍ୱିତୀୟ ରଜ ବା ରଜ ସଂକ୍ରାନ୍ତି । ପୋଡପିଠା ଓ ପାନରେ ମହକୁଛି ସହରଠାରୁ ଆରମ୍ଭ କରି ପୁରପଲ୍ଲୀ । ଗାଁରୁ ସହର ସବୁଠି ଧୁମଧାମରେ ପାଳନ କରାଯାଉଛି ରଜ ପର୍ବ । ରଜରେ ପୋଡପିଠାର ପରମ୍ପରା ସ୍ୱତନ୍ତ୍ର । ସେହିପରି ରଜପାନର ବାସ୍ନା ଓ ସ୍ୱାଦ ଅତି ମନଲୋଭା ।

ପାଗ ଭଲଥିବାରୁ ରଜକୁ ଉପଭୋଗ କରୁଛନ୍ତି ଲୋକେ । ଆକାଶ ତଳେ ମେଘ ଲୁଚକାଳି ଖେଳୁଥିବାରୁ ଲୋକେ ବି ଆଗ୍ରହର ସହ ରଜ ପାଳୁଛନ୍ତି ।  ଗାଁ ଗହଳିରେ ପୁଚି ଓ ଦୋଳିଖେଳରେ ସମସ୍ତେ ମାତିଛନ୍ତି ।  ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ସଙ୍ଗଠନ ପକ୍ଷରୁ ବି ରଜ ପାଳନ କରାଯାଇଛି ।