ଚାମ୍ପିଆନ୍ସ ଟ୍ରଫିର ଆଜି ଦ୍ୱିତୀୟ ସେମିଫାଇନାଲ : ଭାରତ ଓ ବାଲାଂଦେଶ ହେବେ ମୁହାଁମୁହିଁ

35

କନକ ବ୍ୟୁରୋ : ଆଜି ଚାମ୍ପିଆନ୍ସ ଟ୍ରଫିର ଦ୍ୱିତୀୟ ସେମିଫାଇନାଲ । ଦୁଇ ଦୁଇ ଥର ଟ୍ରଫି ହାତେଇଥିବା ଦଳକୁ ବାଂଲାଦେଶ ଦଳ ଭେଟିବ । ଆଜିର ମ୍ୟାଚରେ ପ୍ରଥମ ସେମିଫାଇନାଲ ପରି ରୋମାଂଚକର ଲଢ଼େଇ ଦେଖିବାକୁ ମିଳିବ ।

ଆଜିର ମ୍ୟାଚର ବିଜେତା ଦଳ ପ୍ରତୀକ୍ଷିତ ଫାଇନାଲରେ ରବିବାର ଦିନ ପାକିସ୍ତାନକୁ ଭେଟିବ । ଗତକାଲି ପ୍ରଥମ ସେମିଫାଇନାଲରେ ଆୟୋଜକ ଇଂଲଣ୍ଡକୁ ହରାଇ ପାକିସ୍ତାନ ଫାଇନାଲରେ ପ୍ରବେଶ କରିଛି ।