ବିଜେପିକୁ ମମତା ବାନାର୍ଜୀଙ୍କ ସମାଲୋଚନା ! ବିଜେପି ଏକ ଆତଙ୍କବାଦୀ ସଂଗଠନ, ଦେଶବାସୀଙ୍କୁ ବିଭାଜନ କରୁଛି । ମମତାଙ୍କୁ ବିଜେପି ଅଡୁଆ!

32

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ସୁପ୍ରିମୋ ମମତା ବାନାର୍ଜୀ ବିଜେପି ବିରୋଧରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ଗତକାଲି ମମତା ବାନାର୍ଜୀ ବିଜେପିକୁ ଆତଙ୍କବାଦୀ ସଙ୍ଗଠନ କହିବା ସହ ଦେଶବାସୀଙ୍କ ମଧ୍ୟରେ ଧାର୍ମିକ ସମ୍ପ୍ରଦାୟକୁ ନେଇ ମଧ୍ୟ ମତଭେଦ କରୁଥିବା ଭଳି ଅଭିଯୋଗ ଲଗାଇଛନ୍ତି । କେବଳ ଏତିକି ନୁହେଁ ଭୋଟ ପାଇଁ ଇଭିଏମ୍ ଟାମ୍ପରିଂ ବିଜେପି କରୁଛି ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଦେଶବାସୀ ବର୍ତ୍ତମାନ ଏକ ଆତଙ୍କବାଦୀ ସଂଗଠନ ସରକାର ଛତ୍ରଛାୟା ତଳେ ରହିଛି । ଯାହା ଦେଶବାସୀଙ୍କ ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି କହିଛନ୍ତି ମମତା ।

ଅନ୍ୟପଟେ ତୃଣମୂଳ କଂଗ୍ରେସର ପ୍ରଚାରପ୍ରସାର କରି ମମତା ବାନାର୍ଜୀ କହିଛନ୍ତି ଯେ, ବିଜେପି ପରି ତୃଣମୂଳ କଂଗ୍ରେସ ଆତଙ୍କବାଦୀ ସଂଗଠନ ନୁହେଁ । ସେମାନଙ୍କ ଭଳି ଧମ ର୍ସାମ୍ପ୍ରଦାୟିକ ଭେଦବାବ ସୃଷ୍ଟି କରିବା ଆମ ସ୍ୱଭାବ ନୁହେଁ ବୋଲି ମମତାଙ୍କ ପ୍ରତ୍ରିକିୟା । ଦେଶରେ ବସବାସ କରୁଥିବା ମୁସଲମାନ, ଶିଖ, ଖ୍ରୀଷ୍ଟିୟାନ ଭାଇଭଉଣୀଙ୍କୁ ବିଜେପି ପସନ୍ଦ କରୁନାହିଁ । ଯେଉଁଥିପାଇଁ ଦେଶରେ ଏକ ପ୍ରକାର ବିଭାଜନ ପ୍ରକ୍ରିୟା ଆରମ୍ଭ କରି ଦେଇଛି ବୋଲି ମମତା ବିଜେପି ଉପରେ ଆରୋପ ଲଗାଇଛନ୍ତି ।

ଗତକାଲି ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସର କୋର-କମିଟି ବୈଠକରେ ଅବସରରେ ବିଜେପି ଉପରେ ବର୍ଷିଛନ୍ତି ତୃଣମୂଳ କଂଗ୍ରେସର ସୁପ୍ରିମୋ ମମତା ବାନାର୍ଜୀ । ବିଜେପି କେନ୍ଦ୍ରରେ ଥିବାରୁ କ୍ଷମତାର ବଶବର୍ତ୍ତୀ ହୋଇ ଅତ୍ୟାଚାର, ଦୁର୍ନୀତି ଭଳି ବାଟ ଆପଣାଉଥିବା କହିଛନ୍ତି ମମତା ବାନାର୍ଜୀ । ତେବେ ମମତାଙ୍କ ଏଭଳି କହିବାର କାରଣ ହେଉଛି ଯେ- ଗତ ମଙ୍ଗବାର ଦିନ ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷ ତୃଣମୂଳ କଂଗ୍ରେସ ଉପରେ ବିଭିନ୍ନ ପ୍ରକାର ଆରୋପ ଲଗାଇଥିଲେ । ଯେଉଁଥିରେ ମମତା ମଧ୍ୟ ବିଜେପିକୁ ସମାଲୋଚନା କରିବାକୁ ପଛାଇ ନାହାଁନ୍ତି । ତେବେ ମମତାଙ୍କ କହିବା ମୁତାବକ ମହେଶତ୍ତଲା ବିଧାନସଭା ଉପନିର୍ବାଚନରେ ୧ଲକ୍ଷ ୪ ହଜାର ୮୧୮ ଭୋଟ ହାସଲ କରି ବିପୁଳ ବିଜୟ ହାସଲ କରିଥିଲା ତୃଣମୂଳ କଂଗ୍ରେସ । ତେଣୁ ଶୋଚନୀୟ ପରାଜୟ ଦ୍ୱାରା ଦେଖି ବିଜେପି ଏଭଳି ଭିତ୍ତିହୀନ ମନ୍ତବ୍ୟ ଦେଉଛନ୍ତି ବୋଲି ମମତାଙ୍କ ଅଭିଯୋଗ ।