ଉତ୍ତରପୂର୍ବ ଦିଗକୁ ମୋଡ ବଦଳାଇ ପଶ୍ଚିମବଙ୍ଗ ମୁହାଁ ତିତଲି : ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେଲା ବାତ୍ୟା

52

କନକ ବ୍ୟୁରୋ : ତିିତଲିର ମୋଡ ବଦଳାଇ ପଶ୍ଚିମବଙ୍ଗର ଗାଙ୍ଗେୟ କ୍ଷେତ୍ର ଆଡକୁ ମୁହାଁଉଛି । ଏହା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ତିତଲି ଏବେ ଉତ୍ତର ଓଡିଶାରେ ରହିଛି । ଏହାର ପ୍ରଭାବରେ ଘଂଟାପ୍ରତି ୯୦ରୁ ୧୦୦କିମି ବେଗରେ ପବନ ବହୁଛି । ତିତଲି ଧୀରେ ଧୀରେ ଦୁର୍ବଳ ହେଉଛି । ଏହା ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ଅନ୍ୟପଟେ ଏହାର ପ୍ରଭାବରେ ଦକ୍ଷିଣ ଓଡିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗିରହିଛି । ସେହିପରି ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ ।

ତିତଲି ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗତକାଲି ସକାଳରୁ ଆରମ୍ଭ ହୋଇଛି ପ୍ରବଳ ବର୍ଷା । ଭୀଷଣ ବର୍ଷା ଯୋଗୁଁ ଆନ୍ଧ୍ର ଓଡିଶା ସୀମାନ୍ତ ଇଛାପୁରମର ରାଜରାସ୍ତା ଉପରେ ୬ରୁ ୭ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି । ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ଗାଡି ଅଟକି ରହିଛି । ଓଡ୍ରାଫ୍ ଟିମ ଘଟଣାସ୍ଥଳରେ ପହଂଚି ବୋଟ ସହାୟତାରେ ଲୋକଙ୍କୁ ଉଦ୍ଧାର କରୁଛନ୍ତି । ସେହିପରି ରାସ୍ତା ଉପରେ ଛିଡାହୋଇଥିବା ଏକ ଟ୍ରକକୁ ପବନ ଓଲଟେଇ ଦେଇଥିବା ଦେଖିବାକୁ ମିଳିଛି ।