ଟାଇଗର୍ ଜିନ୍ଦା ହୈ ! ହଜାରେ କୋଟି ଆୟ କରିବ

33

ସଲମାନ୍ ଖାନଙ୍କ ନୂଆ ସିନେମା ‘ଟାଇଗର୍ ଜିନ୍ଦା ହୈ’ ଧୀରେ ଧୀରେ ଦର୍ଶକଙ୍କ ମନକୁୁ ପସନ୍ଦ ଆସିଥିବା ନେଇ ଜାଣିବାକୁ ମିଳିଛି । ସିନେମାର ଟ୍ରେଲର ତ ୟୁ-ଟ୍ୟୁବରେ ରେକର୍ଡ ସ୍ଥାପନ କରିସାରିଲାଣି, ତା’କୁ ଦେଖି କେବଳ ସାଧାରଣ ଦର୍ଶକ ନୁହନ୍ତି, ସିନେମା ପଣ୍ଡିତମାନେ ମଧ୍ୟ ବେଶ୍ ଉତ୍ସାହିତ ହୋଇ ପଡିଛନ୍ତି । ତେବେ ଏହି ସିନେମାଟି ଏକ ବ୍ଲକବଷ୍ଟର୍ ହେବାର ସବୁ ସମ୍ଭାବନା ଅଛି ବୋଲି ସମସ୍ତେ ଏକ ମତ ହେଲେଣି । ତେଣୁ ‘ଟାଇଗର ଜିନ୍ଦା ହୈ’ ଗୋଟେ ବଡ଼ ଧମାକା କରିବ ବୋଲି ଆଶା ପ୍ରକାଶ ପାଇଛି ।

ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ସାଲମାନଙ୍କ କିଛି ପ୍ରଂଶସକ କହୁଛନ୍ତି ଯେ, ଏହି ସିନେମାଟି ୧,୦୦୦ କୋଟିର ବ୍ୟବସାୟ କରି ଅମିର୍ ଖାନଙ୍କ ସିନେମା ‘ଦଙ୍ଗଲ’ର ଭାରତୀୟ ରେକର୍ଡକୁ ବି ଭାଙ୍ଗିଦେବ ! ଶୁଣା ଯାଉଛି, ‘ଟାଇଗର ଜିନ୍ଦା ହୈ’ର କାହାଣୀଟି ଏମିତି: ବିଶ୍ୱର ସବୁଠୁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ୨୫ ଜଣ ଭାରତୀୟ ନର୍ସକୁ ଅପହରଣ କରି ନେଇଛି ।

ସେମାନଙ୍କୁ ଭାରତୀୟ ସିକ୍ରେଟ୍ ଏଜେଂଟ ଟାଇଗର୍ (ସାଲମାନ) ଉଦ୍ଧାର କରୁଛି । ଏହି ସିନେମାରେ ସାଲମାନଙ୍କର ନାୟିକା ଅଛନ୍ତି କ୍ୟାଟ୍ରିନା କୈଫ୍ । ଯଶରାଜ୍ ଫିଲ୍ମସ୍ ବ୍ୟାନରରେ ତିଆରି ହୋଇଥିବା ଏହି ସିନେମାଟିର ନିର୍ଦ୍ଦେଶନା ଦେଇଛନ୍ତି ଅଲ୍ଲି ଅବାସ୍ ଜାଫର୍ । ସିନେମାଟି ଏଇ ଡିସେମ୍ବର ୨୨ ତାରିଖରେ ରିଲିଜ୍ ହେବ ।