ରିଲିଜ ହେଲା ବଲିଉଡ ମୁଭି ‘ପଦ୍ମାବତୀ’ର ଆଉ ଏକ ସଙ୍ଗ ! ‘ଏକ ଦିଲ ଏକ ଜାନ’ ଟାଇଟଲ ଗୀତରେ ସାହିଦ-ଦୀପିକାଙ୍କ ଅନସ୍କ୍ରିନ କେମେଷ୍ଟ୍ରି

85

ରିଲିଜ ହେଲା ସଂଜୟ ଲିଲା ବଂଶାଲୀଙ୍କ ନିର୍ଦ୍ଦେଶିତ ସିନେମା ‘ପଦ୍ମାବତୀ’ର ଦ୍ୱିତୀୟ ଗୀତ । ଏହି ଗୀତର ଟାଇଟେଲ ରହିଛି ‘ଏକ ଦିଲ ଏକ ଜାନ’ । ସଂଜୟ ଲିଲା ବଂଶାଲୀ ଏହି ଗୀତର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଗୀତରେ ରାଣୀ ପଦ୍ମିନୀ ରାଜା ରତନ ସିଂଙ୍କ ପ୍ରେମ କାହାଣୀକୁ ଦେଖିବାକୁ ପାଇବେ ଦର୍ଶକ । ଏହି ଗୀତକୁ ଗାଇଛନ୍ତି ସିବମ ପାଠକ । ଯାହାକୁ ଦୀପିକା ଓ ସାହିଦ କାପୁର ସୁନ୍ଦର ଭାବେ ପରିବେଷଣ କରିଛନ୍ତି ।

ଏହି ଗୀତକୁ ଦେଖିଲେ ଦର୍ଶକ ନିଶ୍ଚିତ ଭାବେ ରାଜା ମହାରାଜଙ୍କ ସମୟକୁ ମନେପକାଇବେ । ସିନେମାରେ ପ୍ରଥମ ଥର ପାଇଁ ଦୀପିକା ସାହିଦଙ୍କ ଯୋଡ଼ିକୁ ଦେଖିବାକୁ ପାଇବେ ଦର୍ଶକ । ସିନେମା ଡ଼ିସେମ୍ବରରେ ପରଦାକୁ ଆସିବ । କିନ୍ତୁ ସିନେମା ରିଲିଜ ହେବାକୁ ନେଇ ଦେଖା ଦେଇଛି ଅନେକ ବିବାଦ । ସିନେମାକୁ ନେଇ ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଛି ।