ଚାନ୍ଦା ନାଁରେ ରାଜଧାନୀରେ ବେଧଡକ ଚାଲିଛି ଦାଦାବଟି : ପୂଜା ପାଇଁ ଅଧିକ ଚାନ୍ଦା ଦେବାକୁ ପ୍ରତିଷ୍ଠିତ ସୁନା ଦୋକାନୀଙ୍କୁ ଧମକ
ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପୂଜା ଚାନ୍ଦା ଆଦାୟକୁ ନେଇ ରାଜଧାନୀରେ ଆତଙ୍କ । ବ୍ୟବସାୟୀଙ୍କ ଠାରୁ କିଛି ପୂଜା କମିଟିର ସଦସ୍ୟ ଜୋରଜବଦସ୍ତି ଚାନ୍ଦା ଆଦାୟ କରୁଥିବା ଅଭିଯୋଗ ହୋଇ ଆସୁଥିଲା । ତେବେ କନକ ନ୍ୟୁଜ ପାଖରେ ହସ୍ତଗତ ହୋଇଛି ଚାନ୍ଦା ନାଁରେ ଦାଦାବଟି ଆଦାୟର ଦୃଶ୍ୟ । ଜଣାଶୁଣା ବ୍ୟବସାୟୀ ସୁବାଷ ଜୁଏଲାରୀରେ ପଶି କିଛି ଯୁବକ ଚାନ୍ଦା ନାଁରେ ହଙ୍ଗାମା କରୁଥିବା ସିସିଟିଭିରେ କଏଦ ହୋଇଛି । ସେପଟେ ଏନେଇ ଜୁଏଲାରୀ ମାଲିକ କମିଶନରେଟ ପୋଲିସ୍ ନିକଟରେ ଫେରାଦ ହୋଇଛନ୍ତି ।ସେପଟେ ଖାରବେଳନଗର ଥାନା ଅନ୍ତର୍ଗତ ଶୁଭମ କଂପ୍ଳେକ୍ସର ବ୍ୟବସାୟୀମାନେ ମଧ୍ୟ ଏନେଇ କମିଶନରେଟ ପୋଲିସକୁ ଜଣାଇଛନ୍ତି।
Kanak News is now on WhatsApp
Join and get latest news updates delivered to you via WhatsApp