ପୁଣି ଅଶାନ୍ତ ବାଣୀବିହାର : ନିର୍ବାଚନ ଫଳାଫଳ ପରେ କ୍ୟାମ୍ପସରେ ଉତ୍ତେଜନା

28

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବାଣୀବିହାରରେ ପୁଣି ଉତ୍ତେଜନା । ନିର୍ବାଚନ ପରବର୍ତୀ ହିଂସାକୁ ନେଇ ଛାତ୍ର ବିଜେଡି ଓ ଛାତ୍ର କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି । ଛାତ୍ର କଂଗ୍ରେସ ପକ୍ଷରୁ ମୁଖ୍ୟ ଫାଟକ ନିକଟରେ ବିକ୍ଷୋଭ କରୁଥିବା ବେଳେ ଉତେଜନା ପ୍ରକାଶ ପାଇଥିଲା । ପୋଲିସ ଘଟଣାସ୍ଥଳରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମୃଦୁ ଲାଠିଚାଳନା କରିଥିବା ସୂଚନା ମିଳିଛି।

ଏହି ଘଟଣାରେ ୩ ଜଣ ଛାତ୍ର ଆହତ ହୋଇଥିବା ଖବର ମିଳିଛି । ଗତ ନିର୍ବାଚନ ଫଳାଫଳ ଘୋଷଣା ପରେ ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଜଣେ ଛାତ୍ର ଆହତ ହୋଇଥିଲେ । ଏହି ଘଟଣାକୁ କେନ୍ଦ୍ରକରି ଆଜି ଛାତ୍ର କଂଗ୍ରେସ କୁଳପତିଙ୍କୁ ଭେଟିବା ସହ ଅଭିଯୋଗ କରିଥିଲା । ପରେ ଏହି ଘଟଣା ନେଇ ସହିଦନଗର ଥାନାରେ ମଧ୍ୟ ଏତଲା କରିଥିଲା ସଂଗଠନ। ଏହାକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଛକାପଂଝା ଲାଗି ରହିଥିଲା।