ପ୍ରଧାନମନ୍ତ୍ରୀଙ୍କ ପୋଷ୍ୟ ଗାଁରେ ଲୁଟ ! ଥାନାରେ ହେଲାଣି ଅଭିଯୋଗ, ଚୋର କିନ୍ତୁ ବେଫିକର

23

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ୟ ଗାଁରେ ଚୋରଙ୍କ ଉତ୍ପାତ । ଖବର ଅନୁଯାୟୀ, ମୋଦି ପୋଷ୍ୟ ଗାଁ ଭାବେ ଗ୍ରହଣ କରିଥିବା ବନାରସର ଜୟାପୁର ଗାଁରେ ଲାଗିଥିା ସୋଲାର ଷ୍ଟ୍ରିଟଲାଇଟର ଅଧିକାଂଶ ଖୁଣ୍ଟରୁ ବ୍ୟାଟେରୀ ଚୋରି ହୋଇଥିବା ଜଣାପଡିଛି । ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ନିଜ ସଂସଦୀୟ କ୍ଷେତ୍ର ବନାରସର ଜୟାପୁର ଗାଁକୁ ପୋଷ୍ୟ ଗାଁ ଭାବେ ଗ୍ରହଣ କରିଥିଲେ । ଏହାପରେ ଏହି ଗାଁର ଭାଗ୍ୟ ପରିବର୍ତ୍ତନ ହୋଇଥିଲା । ଅନ୍ଧାରରେ ରହିଥିବା ଏହି ଗାଁରେ ସୋଲାର ଷ୍ଟ୍ରିଟଲାଇଟ ଲଗାଇ ଆଲୋକିତ କରାଯାଇଥିଲା । କିନ୍ତୁ ଏବେ ଏହି ଗାଁ ପୁଣି ଥରେ ଅନ୍ଧକାର ହୋଇଯାଇଛି ।

modi-jayapur-650_051815043538କାରଣ ୩ ବର୍ଷ ପୂର୍ବେ ଲଗାଯାଇଥିବା ସୋଲାର ଷ୍ଟ୍ରିଟ ଲାଇଟ ଖୁଣ୍ଟରୁ ବ୍ୟାଟେରୀ ଚୋରୀ କରି ନେଇଛନ୍ତି ଚୋର । ୨୦୧୪ରେ ଏହି ଗାଁକୁ ପୋଷ୍ୟ ଗାଁ ଭାବେ ଗ୍ରହଣ କରିଥିଲେ ମୋଦି । ଲକ୍ଷ୍ୟଥିଲା ଏହି ଗ୍ରାମକୁ ଏକ ଆଦର୍ଶ ଗ୍ରାମରେ ପରିଣତ କରିବା । ତେଣୁ ପ୍ରଥମେ ଗ୍ରାମର ବିଜୁଳି ସମସ୍ୟା ଦୂର କରାଯାଇଥିଲା । ୨୦୧୫ ଆରମ୍ଭରୁ ହିଁ ଜୟାପୁର ଗ୍ରାମରେ ସୋଲାର ଷ୍ଟ୍ରିଟଲାଇଟ ଲଗାଯାଇଥିଲା । ୭୦୦ ପରିବାର ରହୁଥିବା ଏହି ଗ୍ରାମରେ ୧୩୫ଟି ସୋଲାର ଷ୍ଟ୍ରିଟଲାଇଟ ଲଗାଯାଇଥିଲା । କିନ୍ତୁ ବର୍ଷଟିଏ ମଧ୍ୟ ଏହି ସୋଲାର ଷ୍ଟ୍ରିଟଲାଇଟ ଖୁଣ୍ଟରୁ ଏକାସାଙ୍ଗରେ ୫୦ଟି ବ୍ୟାଟେରି ଚୋରି ହୋଇଥିଲା ।

ଏନେଇ ଗାଁ ମୁଖିଆ ପୋଲିସ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । କିନ୍ତୁ ଏହାପରେ ମଧ୍ୟ ଚୋରଙ୍କ ଉତ୍ପାତ କମିନଥିଲା । ଏହି ମାମଲାର କୌଣସି ଅଭିଯୁକ୍ତ ଧରା ପଡିବା ପୂର୍ବରୁ ପୁଣିଥରେ ଆଉ ୩୦ଟି ଖୁଣ୍ଟରୁ ବ୍ୟାଟେରୀ ଚୋରି କରିନେଇଛନ୍ତି ଚୋର । କିନ୍ତୁ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଏଯାଏଁ କୌଣସି ତତ୍ପରତା ପ୍ରକାଶ ପାଇନାହିଁ । ଯାହାକୁ ନେଇ ଗ୍ରାମବାସୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି । ମୋଦି ଜୟାପୁର ବ୍ୟତୀତ ନାଗେପୁରକୁ ମଧ୍ୟ ସାଂସଦ ଆଦର୍ଶ ଗ୍ରାମ ଭାବେ ଗ୍ରହଣ କରିଛନ୍ତି ।