ଝାନ୍ସୀରେ ପ୍ରସିଦ୍ଧ କୁକୁର ମନ୍ଦିର ! ମନସ୍କାମନା ପୂରଣ ପାଇଁ କରାଯାଏ ପୂଜାର୍ଚ୍ଚନା

46

ଉତ୍ତରପ୍ରଦେଶର ଝାନ୍ସୀରେ ଲୋକମାନେ ଏକ କକୁର ମନ୍ଦିର ତିଆରି କରି ପୂଜା କରିବା ଆରମ୍ଭ କରି ଦେଇଛନ୍ତି । ଆପଣ ଶୁଣି ଆଶ୍ଚର୍ଯ୍ୟ ହେଉଥିବେ କୁକୁର ମନ୍ଦିରରେ ପୂଜା କରୁଛି କିଏ । ଝାନ୍ସିରୁ ୬୫ କିମି ଦୂର ମଇରାନୀପୁର ଅଞ୍ଚଳରେ ରେବନ ଓ କୋକବାରା ଗାଁ ଅଛି ଏବଂ ଉଭୟ ଗାଁ ମଝିରେ ଏହି କୁକୁର ମନ୍ଦିର ଅବସ୍ଥିତ ।

vକୁହାଯାଏ ବହୁତ ବର୍ଷ ପୂର୍ବରୁ ଦୁଇ ଗାଁରେ ଭୋଜି ଅନୁଷ୍ଠିତ ହୋଇଥିଲା । ଭୋଜି ସମୟରେ ରାମତୁଳା ନାମକ ଏକ ବାଜା ବଜାହୁଏ ଯେଉଁଠୁ ଜଣା ପଡିଯାଏ ଭୋଜି ଆରମ୍ଭ ହୋଇ ଯାଇଛି । ପ୍ରଥମେ ରେବନ ଗାଁରେ ରାମତୁଳା ବାଜିବାରୁ କୁକୁର ମହାରାଣୀ ଭେ।ଜି ଖାଇବା ପାଇଁ ସେଠାରେ ପହଞ୍ଚିଥିଲେ । କିନ୍ତୁ ସେଠାରେ ପହଞ୍ଚୁ ପହଞ୍ଚୁ ଭୋଜି ଶେଷ ହୋଇ ଯାଇଥିଲା ।

ତାପରେ କୋକବାରା ଗାଁରେ ଆରମ୍ଭ ହୋଇଥିଲା ଭୋଜି । କିନ୍ତୁ ରୋଗ ହେତୁ ସେଠାରେ ମଧ୍ୟ ପହଞ୍ଚି ନପାରି କୁକର ମହାରାଣୀ ଦୁଇ ଗାଁ ମଝିରେ ବସି ଯାଇଥିଲେ । ଭୋକ ଓ ରୋଗ ଯୋଗୁଁ ଉଭୟ ଗାଁ ମଝିରେ କୁକର ମାହରାଣୀଙ୍କ ମୃତ୍ୟୁ ହୋଇ ଯାଇଥିଲା ।

fwମୃତ୍ୟୁ ପରେ ଲୋକମାନେ ସେଠାରେ କୁକର ମହାରାଣୀକୁ ପୋତି ଦେଇଥିଲେ । ଲୋକଙ୍କ କହିବା ଅନୁସାରେ କୁକୁର ମହାରାଣୀକୁ ପୋତା ଯାଇଥିବା ସ୍ଥାନ ପଥରରେ ପରିଣତ ହୋଇ ଯାଇଥିଲା । ଏପରି ଚମତ୍କାର ଦେଖି ଲୋକ ସେଠାରେ କୁକର ମନ୍ଦିର ତିଆରି କରି ପ୍ରତିମା ଲଗାଇ ଦେଇଥିଲେ ।

ଇଲେକ୍ସନ ସମୟରେ ଯିବା ଆସିବା କରୁଥିବା ଲୋକ ମଧ୍ୟ ଏହି ମନ୍ଦିରରେ ୨ ମିନିଟ ରହି ପ୍ରଣାମ କରିଥାଆନ୍ତି । କୁକୁରକୁ ଧୈର୍ଯ୍ୟର ପ୍ରତୀକ ମାନନ୍ତି । ଏହି ମନ୍ଦିରରେ ମହିଳାମାନେ ପୂଜାର୍ଚ୍ଚନା କରି ଜଳ ମଧ୍ୟ ଚଢାଇ ଥାଆନ୍ତି । ଶ୍ରଦ୍ଧାଳୁମାନେ କହନ୍ତି ଏହି କୁକୁର ମନ୍ଦିର ଶ୍ରଦ୍ଧାର କେନ୍ଦ୍ର ।

ମାନ୍ୟତା ରହିଛି ସବୁ ମନୋକାମନା ପୂରଣ ହୁଏ ଏହି ମନ୍ଦିରରେ, କେହି ଖାଲି ହାତରେ ଫେରନ୍ତି ନାହିଁ । ଏଠାରେ ବହୁତ ବର୍ଷ ହେଲାଣି କୁକୁର ମହାରାଣୀର ପୂଜା ପାଉଛନ୍ତି । ଏହି ମନ୍ଦିରରେ ଦଶହରା ଓ ଦୀପାପଳୀ ଅବସରରେରେ ଖୁବ ଧୁମଧାମରେ ଉତ୍ସବ ପାଳନ କରନ୍ତି ଶ୍ରଦ୍ଧାଳୁମାନେ ।