କିଙ୍ଗ୍ ଖାନଙ୍କ ଉଦାରତା ! ଭିକାରୀକୁ ଖାଇବାକୁ ଦେଇ ଦେଲେ ମାନବିକତାର ପରିଚୟ

40

ବଲିଉଡ ଜଗତର କିଙ୍ଗ୍ ଖାନ ନିଜର ଦୟାଳୁ ସ୍ୱଭାବ ପାଇଁ ମଧ୍ୟ ଚର୍ଚ୍ଚାରେ । ଅଧିକାଂଶ ସମୟରେ ସେ ଅନେକ ଲୋକଙ୍କୁ ସାହାର୍ଯ୍ୟ କରିଥିବାର ନଜୀର ମଧ୍ୟ ରହିଛି । ତେବେ ନିକଟରେ ପୁଣି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଯାହା କିଙ୍ଗ୍ ଖାନଙ୍କ ବ୍ୟକ୍ତିତ୍ୱକୁ ଆହୁରୀ ବଢାଇ ଦେଇଛି ।

ସୂଚନା ଅନୁଯାୟୀ, କିଙ୍ଗ୍ ଖାନ ଶାହାରୁଖ୍ କୌଣସି ଏକ କାମରେ ବାହାରକୁ ଯିବାକୁ ବାହାରି ଥିଲେ । ଆଉ ଯେତେବେଳେ ସେ ନିଜ ଘରୁ ପଦାକୁ ବାହାରିଥିଲେ ଠିକ୍ ସେହି ସମୟରେ ଏକ ଭିକାରୀ ଶାହରୁଖଙ୍କ ନିକଟକୁ ଆସି ତାଙ୍କୁ କିଛି ଖାଇବାକୁ ମାଗିଥିଲା । ଆଉ କହିଥିଲା ସେ ଦୀର୍ଘ ସମୟ ହେଲା ଶାହରୁଖଙ୍କ ବାହାରିବା ବାଟକୁ ଚାହିଁ ରହିଥିଲା । ଯାହାଦ୍ୱାରା ସେ ତାଙ୍କୁ ଖାଦ୍ୟ ମାଗିପାରିବ । ତେବେ ଶାହରୁଖ ଖାନ ଉକ୍ତ ଭିକାରୀ ସହ ବହୁତ ଭଲରେ କଥାହୋଇଥିଲେ ଆଉ ତାଙ୍କ ମ୍ୟାନେଜରକୁ ଭିକାରୀଟିକୁ ଖାଇବାକୁ ଦେବା ପାଇଁ ମଧ୍ୟ କହିଥିଲେ । ତେବେ ସେଠାରେ ଉପସ୍ଥିତ ଲୋକଙ୍କ କହିବା କଥା ହେଲା ଶାହରୁଖଙ୍କ କହିବା ପରେ ମ୍ୟାନେଜର ଜଣକ ଭିକାରୀଟିକୁ ଖାଇବାକୁ ଦେଇଥିଲେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-