ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ନେଇ ଥିବା ସବୁଠାରୁ ବଡ ରହସ୍ୟରୁ ହଟିବ ପରଦା .. ଯେତେବେଳେ ରିଲିଜ ହେବ ‘ଦ ଆକ୍ସିଡେଂଟାଲ ପ୍ରାଇମମିନିଷ୍ଟର’

192

ପରଦାକୁ ଆସିଲା ବହୁ ଚର୍ଚ୍ଚିତ ହିନ୍ଦୀ ସିନେମା ‘ଦ ଆକ୍ସିଡେଂଟାଲ ପ୍ରାଇମମିନିଷ୍ଟର’ର ଟ୍ରେଲର । ମାତ୍ର ୨ମିନିଟ୍ ୪୩ ସେକେଣ୍ଡର ଏହି ଟ୍ରେଲରରେ ଦେଖିବାକୁ ମିଳିଛି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ଜୀବନ କାହାଣୀର ଏକ ଛୋଟିଆ ଝଲକ୍ । ତେବେ ଡ. ମନମୋହନ ସିଂଙ୍କ ଚରିତ୍ରରେ ନଜର ଆସିଛନ୍ତି ବଲିଉଡର ଲୋକପ୍ରିୟ ତଥା ଖ୍ୟାତନାମା ଅଭିନେତା ଅନୁପମ ଖେର୍ । ‘ଦ ଆକ୍ସିଡେଂଟାଲ୍ ପ୍ରାଇମମିନିଷ୍ଟର’ରେ ନିଜ ଅଭିନୟକୁ ବେଶ୍ ସଠିକ୍ ଢଙ୍ଗରେ ପରିବେଶଷ କରିଛନ୍ତି ଅନୁପମ । ସିନେମାଟିରେ ଅବିକଳ ମନମୋହନ୍ ସିଂଙ୍କ ଭଳି ନଜର ଆସିବା ସହ ମନମୋହନଙ୍କ ଭଳି ଚାଲି, କଥା କହିବାର ଶୈଳୀ ତଥା ପ୍ରତିଟି ନୀତିଗତି ବେଶ୍ ଭଲ ଭାବରେ ଉପସ୍ଥାପନା କରିଛନ୍ତି ଅନୁପମ ।

ଏହି ସିନେମାକୁ ନେଇ ବେଶ ଚର୍ଚ୍ଚାରେ ଥିଲେ ଅନୁପମ ଖେର୍ । ସଂଜୟ ବାରୁଙ୍କ ବହି ‘ଦ ଆକ୍ସିଡେଂଟାଲ୍ ପ୍ରାଇମମିନିଷ୍ଟର୍’କୁ ନେଇ ସିନେମାଟି ଜବରଦସ୍ତ ଢଙ୍ଗରେ ପ୍ରସ୍ତୁତ କରାଯାଇଛି । ସିନେମାରେ ମନମୋହନ୍ ସିଂଙ୍କ ବ୍ୟକ୍ତିଗତ ଜୀବନର ଅନେକ କଥା ଏହି  ଦେଖିବାକୁ ପାଇବେ ଦର୍ଶକ । ପୂର୍ବରୁ ଏହି ସିନେମାର ନିର୍ମାଣ ନେଇ ସେନସର୍ ବୋର୍ଡ ପକ୍ଷରୁ ଆପତି କରାଯାଇଥିଲା । ତେବେ ସିନେମା ବନାଇବା ପାଇଁ ମେକର୍ ଡ. ମନମୋହନ ସିଂ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କଠାରୁ ଲିଖିତ ଅନୁମୋଦନ ଆଣିବା ପରେ ହିଁ ସିନେମାକୁ ପ୍ରସ୍ତୁତ କରାଯାଉଛି ।

ଏହି ଅପକମିଂ ସିନେମାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ବିଜୟ ରତ୍ନାକର ଗୁଟ୍ଟେ, ଏବଂ ସିନେମାର ପ୍ରଯୋଜନା କରୁଛନ୍ତି ବୋହରା ବ୍ରଦର୍ସ । ଫିଲ୍ମରେ ଅଭିନେତା ଅକ୍ଷୟ ଖନ୍ନାଙ୍କୁ ବି ଏକ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ  ।