ଜମ୍ମୁ-କଶ୍ମୀର କୁଲଗାଁଓ ହାଇୱେରେ ସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ ! ଜଣେ ଯବାନ ସହିଦ, ୫ ଆହତ

34

କନକ ବ୍ୟୁରୋ : ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ । ଜମ୍ମୁ କଶ୍ମୀର କୁଲଗାଁଓ ହାଇୱେ ଉପରେ ସେନା ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଯେଉଁଥିରେ ଜଣେ ଯବାନ ସହିଦ୍ ହେବା ସହ ୫ ଜଣ ଆହତ ହୋଇଛନ୍ତି । ଆକ୍ରମଣ ପରେ ସେନା ପୂରା ଅଂଚଳକୁ ଘେରାଉ କରିଛି । ଜମ୍ମୁ କଶ୍ମୀର ହାଇୱେ ଉପରେ ଯାନବାହନ ଚଳାଚଳ ବନ୍ଦ ରହିଛି । ଜମ୍ମୁ କଶ୍ମୀର ଅନନ୍ତନାଗ ଜିଲ୍ଲା କାଜିଗଣ୍ଡ ନିକଟରେ ସେନା ଉପରେ ଅଚାନକ ଆକ୍ରମଣ କରିଛନ୍ତି ଆତଙ୍କବାଦୀ ।

ଶ୍ରୀନଗର ଠାରୁ ପ୍ରାୟ ୭୦ କିଲୋମିଟର ଦୂର ଏହି ସ୍ଥାନରେ ଦିନ ୧୧ଟା ୧୫ ବେଳେ ସେନାର ଏକ ଗାଡି ଉପରକୁ ଏକେ ରାଇଫଲରୁ ଆଖିବୁଜା ଗୁଳିମାଡ ହୋଇଥିଲା । ଘଟଣାସ୍ଥଳରେ ୬ ଜଣ ଯବାନ ଆହତ ହୋଇଥିଲେ । ଆହତ ଯବାନଙ୍କୁ ଶ୍ରୀନଗର ବାଦାମିବାଗ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଜଣେ ଯବାନ ସହିଦ୍ ହୋଇଯାଇଛନ୍ତି । ଆକ୍ରମଣ ପରେ ପୋଲିସ ଓ ସେନା ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ୍ ଜାରି ରହିଛି ।