ରୋଗୀ ମୃତ୍ୟକୁ ନେଇ ଉତ୍ତେଜନା । ଭୁବନେଶ୍ୱରସ୍ଥିତ ଏକ ନର୍ସିଂହୋମରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ପରିବାର ଲୋକଙ୍କ ସହ ନର୍ସିଂହୋମ୍ କର୍ତ୍ତୃପକ୍ଷ ମୁହାଁମୁହିଁ

49

କନକ ବ୍ୟୁରୋ: ରୋଗୀ ମୃତ୍ୟକୁ ନେଇ ଉତ୍ତେଜନା । ଭୁବନେଶ୍ୱରସ୍ଥିତ ପଣ୍ଡା ନର୍ସିଂହୋମରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ପରିବାର ଲୋକଙ୍କ ସହ ନର୍ସିଂହୋମ୍ କର୍ତ୍ତୃପକ୍ଷ ମୁହାଁମୁହିଁ ହୋଇଥିଲେ । ତିନି ମହଲା କୋଠାରୁ ପଡ଼ିଯିବା ପରେ ଜୟଚନ୍ଦ୍ର ନାମକ ଜଣେ ବ୍ୟକ୍ତିଙ୍କୁ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା ।

ତେବେ ଅପରେସନ୍ ବେଳେ ଜୟଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ଖାରବେଳନଗର ପୁଲିସ ପହଂଚି ମୃତକଙ୍କ ପରିବାରକୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା । ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ ସହ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଜୟଚନ୍ଦ୍ରଙ୍କ ଭାଇ ଦାବି କରିଛନ୍ତି ।