ବଲାଙ୍ଗୀର : ପୌରପାଳିକାରେ ପରିମଳ ଆଉଟ ସୋର୍ସିଂ ଟେଣ୍ଡର ଫିକ୍ସିଂ ହୋଇଥିବା ଅଭିଯୋଗ

35

କନକ ବ୍ୟୁରୋ : ପୌରପାଳିକାରେ ପରିମଳ ଆଉଟ ସୋର୍ସିଂ ଟେଣ୍ଡର ଫିକ୍ସିଂ ଅଭିଯୋଗ । ବଲାଙ୍ଗୀରରେ ପରିମଳ ଦାୟିତ୍ୱକୁ ଘରୋଇ କରଣ କରି ଟେଣ୍ଡର ପ୍ରକ୍ରିୟାରେ ଘରୋଇ କମ୍ପାନୀକୁ ଦାୟିତ୍ୱ ଦିଆଯାଇଛି । ଚଳିତ ବର୍ଷ ପୌରପାଳିକାରେ ପରିମଳ ଆଉଟ ସୋର୍ସିଂ ଟେଣ୍ଡର ଫିକ୍ସିଂ ହୋଇଥିବା ଅଭିଯୋଗ ହୋଇଛି । ନିର୍ଦ୍ଧାରିତ ସମୟରେ ପୌରାଧ୍ୟକ୍ଷା ପୌରପାଳିକା କାର୍ଯ୍ୟାଳୟକୁ ନଆସି ନିଜ ଘରେ ଟେଣ୍ଡର ଖୋଲି ଗୋଟିଏ କମ୍ପାନୀର ନାଁ ଘୋଷଣା କରିଛନ୍ତି । ଯାହାକୁ ନେଇ ଟେଣ୍ଡର ଆବେଦନକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ପୌରାଧ୍ୟକ୍ଷା ଘୋଷଣା କରିଥିବା ଟେଣ୍ଡରକୁ ବାତିଲ କରି ନୂଆ ଟେଣ୍ଡର ଆହ୍ୱାନ କରିବାକୁ ଦାବି ଯୋର ଧରିଛି । ସେପଟେ ଏହି ପ୍ରସଙ୍ଗରେ ସଫେଇ ଦେଇଛନ୍ତି ପୌରାଧ୍ୟକ୍ଷା । କହିଛନ୍ତି, ଅସୁସ୍ଥତା କାରଣରୁ ସେ ଅଫିସ ଯାଇ ପାରିନାହାନ୍ତି, ତେଣୁ ତାଙ୍କ ଘରେ ଟେଣ୍ଡର ଖୋଲା ଯାଇଥିବା ସେ ସ୍ୱୀକାର କରିଛନ୍ତି । ସହରର ପରିମଳ ବାବଦରେ ମାସକୁ ପ୍ରାୟ ୧୮ ଲକ୍ଷ ଟଙ୍କା ତଥା ବାର୍ଷିକ ୨କୋଟି ୧୬ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ତେବେ ଏଠି ପ୍ରଶ୍ନ ଉଠୁଛି ଟେଣ୍ଡର କାହିଁକି ଗୋପନ ଭାବରେ ଘରେ ଖୋଲା ହେଲା ? ଏନେଇ କାହିଁକି ଅନ୍ୟ ଟେଣ୍ଡରଧାରୀଙ୍କୁ ଜଣାଗଲା ନାହିଁ ? କେଉଁ ସ୍ୱାର୍ଥରେ ଘରେ ଏଭଳି ଏକ ଚାଟିଆ ନିଷ୍ପତି ନିଆଗଲା ତାହା ଏବେ ପ୍ରଶ୍ନ ବାଚୀ ହୋଇଛି ।