ଷ୍ଟେଟ ବ୍ୟାଙ୍କରେ ରହିବ ଶ୍ରୀମନ୍ଦିରକୁ ଦାନ ଆକାରରେ ମିଳୁଥିବା ସୁନା ଓ ରୂପା ଅଳଙ୍କାର

111

କନକ ବ୍ୟୁରୋ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦାନ ଆକାରରେ ମିଳୁଥିବା ସୁନା ରୂପା ଅଳଙ୍କାରକୁ ନେଇ ଏକ ବଡ ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଏଣିକି ଦାନ ଆକାରରେ ମିଳୁଥିବା ସୁନାରୂପା ଅଳଙ୍କାରକୁ ଏସବିଆଇ ଲକରରେ ରଖାଯିବ । ପ୍ରାୟ ୨୩ ବର୍ଷ ହେଲା ସୁନାରୂପା ଅଳଙ୍କାର ଗୁଡିକୁ ଲକରରେ ନରଖି ଶ୍ରୀମନ୍ଦିରର ନିଜସ୍ୱ ଟ୍ରେଜେରିରେ ରଖାଯାଇଛି ।

ତେବେ ରତ୍ନ ଭଣ୍ଡାର ଚାବି ହଜିବା ପରେ ଯେଉଁ ହଟଚମଟ ଦେଖାଦେଇଛି ତାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଏଭଳି ନିଷ୍ପତି ନେଇଛି । ଶ୍ରୀମନ୍ଦିର ହୁଣ୍ଡକୁ ଦାନ ଆକାରରେ ଆସୁଥିବା ସମସ୍ତ ଅଳଙ୍କାରକୁ ପ୍ରତି ମାସେ ଦୁଇମାସରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଲକରରେ ରଖିବାକୁ ନିଷ୍ପତି ହୋଇଛି ।