ମହାମେଂଟ ସଙ୍କଟ ! ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିଲେ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ

20

କନକ ବ୍ୟୁରୋ: ବିହାର କ୍ୟାବିନେଟ୍ ମିଟିଂରେ ସାମିଲ ହେଲେ ଉଭୟ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ । ତେବେ ବୈଠକରେ କଣ ଆଲୋଚନା ହେଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ବୈଠକ ପରେ ତେଜସ୍ୱୀ ଯାଦବ ନୀତିଶଙ୍କ ଚାମ୍ବରକୁ ଯାଇଥିବା ଜଣାପଡିଛି । ଏବଂ କଂଗ୍ରେସ ନେତା ଅଶୋକ ଚୌଧୁରୀଙ୍କ ଉପସ୍ଥିତିରେ ଆଲୋଚନା କରିଛନ୍ତି ।

ଦୁର୍ନୀତିରେ ସମ୍ପୃକ୍ତିକୁ ନେଇ ତେଜସ୍ୱୀଙ୍କ ଇସ୍ତଫା ଜିଦରେ ନୀତିଶ ଅଟଳ ଥିବାବେଳେ ଆରଜେଡି ଇସ୍ତଫା ନଦେବା ଜିଦରେ ଅଟଳ ରହିଛି । ଆରଜେଡି ପକ୍ଷରୁ କୁହାଯାଇଛି, କେନ୍ଦ୍ରମନ୍ତ୍ରୀ ଉମାଭାରତୀ ବାବରୀ ମସଜିଦ୍ ଭଙ୍ଗା ମାମଲାରେ ଅଭିଯୁକ୍ତ ହୋଇଥିଲେ ମଧ୍ୟ ସେ ମନ୍ତ୍ରୀମଣ୍ଡଳରେ ରହିଛନ୍ତି ସେ ଇସ୍ତଫା ଦେଇ ନାହାଁନ୍ତିି । ତେବେ ତେଜସ୍ୱୀ କାହିଁକି?