ବାଂଲାଦେଶ ବିପକ୍ଷ ସିରିଜ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ । ରୋହିତଙ୍କୁ ଟି-୨୦, କୋହଲିଙ୍କୁ କାନ୍ଧରେ ଟେଷ୍ଟ ଭାର ।

6,730

କନକ ବ୍ୟୁରୋ : ଦକ୍ଷିଣଆଫ୍ରିକା ବିପକ୍ଷରେ ଦମଦାର ପ୍ରଦର୍ଶନ ପରେ ଆଉ ଏକ ଘରୋଇ ସିରିଜ୍ ପାଇଁ ପ୍ରସ୍ତୁତ ହୋଇସାରିଛି ଟିମ୍ ଇଣ୍ଡିଆ । ଆସନ୍ତା ନଭେମ୍ବର ମାସ ୩ ତାରିଖରୁ ପଡୋଶୀ ବାଂଲାଦେଶ ସହ ଆରମ୍ଭ ହେବାକୁ ଯାଉଥିବା ସିରିଜ୍ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ୩ଟିକିଆ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ୧୫ ଜଣିଆ ଦଳ ଘୋଷଣା କରାଯାଇଛି । ଏହା ସହ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ମଧ୍ୟ ଦଳ ଘୋଷଣା କରାଯାଇଛି । ଟି-୨୦ ମ୍ୟାଚରେ ରୋହିତଙ୍କ କାନ୍ଧରେ ଦଳର ଭାର ଦିଆଯାଇଥିବା ବେଳେ ଟେଷ୍ଟ ସିରିଜରେ ବିରାଟ କୋହଲି ନେବେ ଦଳର ନେତୃତ୍ୱ ।

ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ : ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ଲୋକେଶ ରାହୁଲ, ସଞ୍ଜୁ ସାମସନ୍, ଶ୍ରେୟସ ଆୟର, ମନିଷ ପାଣ୍ଡେ, ଋଷଭ ପନ୍ଥ (ୱିକେଟରକ୍ଷକ), ୱାସିଙ୍ଗଟନ୍ ସୁନ୍ଦର, କୃର୍ଣ୍ଣାଲ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ, ରାହୁଲ ଚହର, ଦୀପକ ଚହର, ଖଲିଲ୍ ଅହମ୍ମଦ, ଶିଭମ୍ ଦୁବେ ଏବଂ ସାର୍ଦ୍ଦୁଲ ଠାକୁର ।

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ : ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ରିଦ୍ଦିମାନ୍ ଶାହା (ୱିକେଟରକ୍ଷକ), ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ୍ ଅଶ୍ୱିନୀ, କୁଲଦୀପ ଯାଦବ, ମହମ୍ମଦ ଶାମି, ଉମେଶ ଯାଦବ, ଇଶାନ୍ତ ଶର୍ମା, ଶୁଭମାନ ଗିଲ୍, ଋଷଭ ପନ୍ଥ ।

ଭାରତ ବନାମ ବାଂଲାଦେଶ (ସମସ୍ତ ମ୍ୟାଚ୍ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ)
ପ୍ରଥମ ଟି-୨୦ – ୩ ନଭେମ୍ବର ୨୦୧୯, ଦିଲ୍ଲୀ
ଦ୍ୱିତୀୟ ଟି-୨୦ – ୭ ନଭେମ୍ବର ୨୦୧୯, ରାଜକୋଟ
ତୃତୀୟ ଟି-୨୦ – ୧୦ ନଭେମ୍ବର ୨୦୧୯, ନାଗପୁର

ଟେଷ୍ଟ ମ୍ୟାଚ୍ : ଭାରତ ବନାମ ବାଂଲାଦେଶ
ପ୍ରଥମ ଟେଷ୍ଟ : ୧୪-୧୮ ନଭେମ୍ବର ୨୦୧୯, ଇନ୍ଦୋର
ଦ୍ୱିତୀୟ ଟେଷ୍ଟ : ୨୨-୨୬ ନଭେମ୍ବର ୨୦୧୯, କୋଲକାତା