ବିଜେଡି କର୍ମୀ ଦୁଇଭାଗ ! ନିଜ ନିର୍ବାଚନ କ୍ଷେତ୍ରରେ ସାଂସଦ ତଥାଗତ ଶତପଥୀଙ୍କୁ ବିରୋଧ

35

କନକ ବ୍ୟୁରୋ : ନିଜ ନିର୍ବାଚନ କ୍ଷେତ୍ରରେ ବିରୋଧର ସମ୍ମୁଖୀନ ହୋଇଛନ୍ତି ସାଂସଦ ତଥାଗତ ଶତପଥୀ । ଅନୁଗୁଳ ଜିଲ୍ଲାର ନୂଆମୌଜା ଅଂଚଳରେ ବିଜେଡି କର୍ମୀ ଦୁଇଭାଗ ହୋଇଯିବା ପରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ପରିସ୍ଥିତି । ସରପଂଚ ଓ ସମିତି ସଭ୍ୟାଙ୍କ ଭିତରେ ବିବାଦରୁ ସାଂସଦଙ୍କୁ ବିରୋଧ ପ୍ରଦର୍ଶନ କରାଯିବା ସହ ପୋଷ୍ଟର ମଧ୍ୟ ପୋଡା ଯାଇଛି ।

ସୂଚନା ଅନୁସାରେ ନୂଆମୌଜା ପଂଚାୟତର ସରପଂଚ ଓ ସମିତି ସଭ୍ୟା ଅଲଗା ଅଲଗା ସଭା କରି ସାଂସଦଙ୍କୁ ନିମନ୍ତ୍ରଣ କରିଥିଲେ । ତେବେ ତଥାଗତ ପ୍ରଥମେ ସରପଂଚଙ୍କ ସଭାରେ ଯୋଗ ଦେଇଥିବାରୁ ପ୍ରବଳ ବିରୋଧ କରିଥିଲେ ସମିତି ସଭ୍ୟାଙ୍କ ସମର୍ଥକ । ତଥାଗତଙ୍କ ବିରୋଧରେ ନାରାବାଜି କରିବା ସହ ତାଙ୍କ ପୋଷ୍ଟର ପୋଡିଥିଲେ ।