କୋଳାକୋଳି ହେଲେ କୋରାପୁଟର ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦି ତାରା ଓ ରବି ! ବଡ ଦିନ ଅବସରରେ ଚର୍ଚ୍ଚରେ ଏପରି ଦୃଶ୍ୟ ଦେଖି ଜଳକା ହେଲେ କର୍ମୀ । 

ରବି ତାରା  ହେଲେ କୋଳାକୋଳି । ଏହି ଭଳି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ଜୟପୁର ଚର୍ଚ୍ଚରେ  ।

615
କନକ ବ୍ୟୁରୋ: ରବି ତାରା  ହେଲେ କୋଳାକୋଳି । ଏହି ଭଳି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ଜୟପୁର ଚର୍ଚ୍ଚରେ  । ବଡ ଦିନରେ ପ୍ରଭୁ ଯୀଶୁଙ୍କ ଜନ୍ମ ଦିବସରେ ଜୟପୁର ଚର୍ଚ୍ଚରେ ପ୍ରାର୍ଥନା ସଭା ଚାଲିଥିବା ବେଳେ  ପ୍ରଥମେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ପରେ ବିଜେଡି ରବି ନନ୍ଦ ପହଂଚି ପ୍ରଭୁଙ୍କ ଆର୍ଶୀବାଦ  ନେବା ସହ ଯୀଶୁଙ୍କ ଗୁଣ ଗାନ କରିଥିଲେ ।
ପ୍ରଭୁ ଯୀଶୁଙ୍କ ଜନ୍ମ ଦିବସରେ ଜୟପୁର ଚର୍ଚ୍ଚକୁ ଆସିଥିବା ସମସ୍ତ ଭକ୍ତଙ୍କୁ ତାରା ବାହିନୀପତି କୋଳାଉ ଥିବା ବେଳେ ରବି ହାତ ମିଶାଉ ଥିଲେ । ପ୍ରାର୍ଥନା ସଭାରେ ଉଭୟ ଏକତ୍ରୀତ ବସିବା  ସହ ନିଜ ଭିତରେ ରହିଥିବା ବିରୋଧକୁ ଦୁର କରି  ପ୍ରଭୁ ଯିଶୁଙ୍କ ଆଗରେ କୋଳାକୋଳି ହୋଇଥିଲେ । ଏବଂ ଏହା ଏକତାର ପରିଚୟ ବୋଲି କହିଥିଲେ  । ଏହି ଦୃଶ୍ୟକୁ ଦେଖି ସମସ୍ତେ ଖୁସି ହୋଇଥିବା ବେଳେ କର୍ମୀମାନେ ଜଳକା ହୋଇ ଯାଇଥିଲେ । କୋରାପୁଟ ରାଜନୀତିର ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦୀଙ୍କ ଏଭଳି ଦୃଶ୍ୟ ଓ ମନ୍ତବ୍ୟକୁ ସାଧାରଣ ଲୋକ ସହଜରେ ହଜମ କରି ପାରୁନାହାନ୍ତି । ରବିଙ୍କୁ ତାରା ଆନ୍ତରିକତାର ସହ କୋଳାଇ ଥିବା କହୁଥିବା ବେଳେ ରବି କହିଛନ୍ତି ବେଳେ ବେଳେ ଏମିତି କରିବାକୁ ପଡିଥାଏ ।