ତାଳଚେରରେ ମାଟି ଦବିବା ଘଟଣା : ଅନୁଧ୍ୟାନ ପାଇଁ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ

ଟ୍ୱିଟ୍ କରି ସୂଚନା ଦେଲେ କେନ୍ଦ୍ର କୋଇଲା ମନ୍ତ୍ରୀ,ଘଟଣାର ତଦନ୍ତ କରି ପ୍ରତିକାର କରିବା ପାଇଁ ଚିଠି ଲେଖିଥିଲେ ଧର୍ମେନ୍ଦ୍ର ପ୍ରଧାନ

126

କନକ ବ୍ୟୁରୋ : ତାଳଚେରରେ ମାଟି ଦବିବା ଘଟଣାର ଅନୁଧ୍ୟାନ ପାଇଁ ଆସିବ କେନ୍ଦ୍ରୀୟ ଟିମ୍ । କେନ୍ଦ୍ର କୋଇଲା ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ସ୍ଥାନୀୟ ଅଂଚଳ କୋଇଲା ଖଣି ଅଂଚଳ ହୋଇଥିବାରୁ ଏକ ଟିମ୍ ତାଳଚେର ଯାଇ ଘଟଣାସ୍ଥଳରେ ଅନୁଧ୍ୟାନ କରିବ । ଲୋକଙ୍କ ସ୍ୱାର୍ଥକୁ ସୁରକ୍ଷା ଦିଆଯିବ ବୋଲି କହିଛନ୍ତି କୋଇଲା ମନ୍ତ୍ରୀ ପିୟୁଷ ଗୋଏଲ ।

ତାଳଚେରର ଜନଗହଳିପୂଣ୍ଣ ଅଂଚଳରେ ଥିବା ଏକ ଘରେ ହଠାତ୍ ମାଟି ଦବି ଯାଇଥିଲା । ତାପରେ ଫାଟ ଧୀରେ ଧୀରେ ବଢ଼ିବାକୁ ଲାଗିବାରୁ ଲୋକେ ଆତଙ୍କିତ ହୋଇପଡିଥିଲେ । ଘଟଣାର ତଦନ୍ତ କରି ପ୍ରତିକାର କରିବା ପାଇଁ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରଧ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍ଥାନୀୟ ଅଂଚଳ ଖଣି ଅଂଚଳ ହୋଇଥିବାରୁ କୋଇଲା ମନ୍ତ୍ରୀ ଏହା ଉପରେ ତଦନ୍ତ କରିବାକୁ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଥିଲେ ।

ସେପ୍ଣଙ୍କ ମାଟି ଦବିବା ଘଟଣା ପ୍ରତିବାଦରେ ଗତକାଲି ସହରବାସୀ ରାଜରାସ୍ତାକୁ ଓହ୍ଲାଇଥିଲେ । ଶହଶହ ଲୋକ ଏକାଠି ହୋଇ ସ୍ବତଃପ୍ରବୃତ୍ତ ପ୍ରତିବାଦ ଜଣାଇଥିଲେ । ଫଳରେ,ବସ୍ସେବା, ସରକାରୀ କାର‌୍ୟ୍ୟାଳୟ, ବ୍ୟାଙ୍କ ସହିତ ବଜାର ବନ୍ଦ ହୋଇଯାଇଥିଲା । ଶହଶହ ଗାଡ଼ି ରାଜପଥରେ ଅଟକି ରହିଥିଲା ।