ବଲିଉଡ଼୍ ନାୟିକା ତବୁଙ୍କ ଚାଞ୍ଚଲ୍ୟକର ବୟାନ୍ ! ଏହି ଅଭିନେତାଙ୍କ ପାଇଁ ଆଜି ପର୍ଯ୍ୟନ୍ତ ଅବିବାହିତ ରହିଛି
ବଲିଉଡ଼ର ନବେ ଦଶକର ଲୋକପ୍ରିୟ ନାୟିକା ତବୁଙ୍କୁ ସିନେ ଜଗତରେ ୨୩ ବର୍ଷ ହୋଇସାରିଛି । କିନ୍ତୁ ଆଜି ପର୍ଯ୍ୟନ୍ତ ସେ ବିବାହ କରିନାହାନ୍ତି । ଅନେକ ଅଭିନେତାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଥିଲେ ମଧ୍ୟ ସେ ଆଜି ପର୍ଯ୍ୟନ୍ତ ଏକା ଅଛନ୍ତି । ଏହାସହ ଏବେ ସେ ଏକରୁ ଦୁଇ ହାତ ହେବାର ମଧ୍ୟ କୌଣସି ଯୋଜନା ନାହିଁ ବୋଲି କହିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ତବୁ କାହିଁକି ଅବିବାହିତ ରହିଛନ୍ତି, ସେ ନେଇ ବଡ଼ ଖୁଲାସା କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସେ କହିଛନ୍ତି କି ଯଦି ଆଜି ମୁଁ ଅବିବାହିତ ଅଛି, ତାହା କେବଳ ଅଭିନେତା ଅଜୟ ଦେବଗନଙ୍କ ପାଇଁ । ତବୁଙ୍କ ଏହି ଖୁଲାସା ସମସ୍ତଙ୍କୁ ବହୁତ ଆଶ୍ଚର୍ଯ୍ୟ କରିଛି । ତବୁ କହିଛନ୍ତି ମୋ ସମ୍ପର୍କୀୟ ଭାଇ ସମୀର ଆଯ୍ୟା ଓ ଅଜୟ ଦେବଗନ ଉଭୟ ପଡ଼ୋଶୀ ଅଟନ୍ତି । ଏହି ଦୁଇ ଜଣ ହିଁ ମୋ ଉପରେ ସବୁବେଳେ ନଜର ରଖୁଥିଲେ ଓ ମୋତେ ଫଲୋ କରୁଥିଲେ । ଯଦି କୌଣସି ବି ପିଲା ମୋ ଆଖପାଖରେ ଦେଖା ଯାଇଥିଲେ ଉଭୟ ମିଶି ତାକୁ ମାରୁଥିଲେ ।
ତବୁ କହିଛନ୍ତି ଏଥିପାଇଁ ଆଜି ପର୍ଯ୍ୟନ୍ତ ମୁଁ ଅବିବହାହିତ ଅଛି । ମୁଁଁ ତାଙ୍କୁ କହୁଥିଲି କି ସେ ମୋ ପାଇଁ ବିବାହଯୋଗ୍ୟ ଏକ ପାତ୍ର ସନ୍ଧାନ କରନ୍ତୁ । କିନ୍ତୁ ସେ ମୋ ପାଇଁ ପାତ୍ର ଖୋଜିଲେନି । ମୁୁଁ ଭାବୁଛି ସେ ଏଥିପାଇଁ ନିଶ୍ଚିତ ପସ୍ତଉଥିବେ । ଏହାସହ ତବୁ କହିଛନ୍ତି ମୋର ଓ ଅଜୟଙ୍କ ସମ୍ପର୍କ ବହୁତ ଭଲ କାରଣ ଏକାଠି ଆମେ ଅନେକ ସିନେମାରରେ ଅଭିନୟ କରିଛୁ । ଅଜୟ ବହୁତ ଭଲ ଓ ବହୁତ ଯତ୍ନବାନ । ସେ ଯେତେବେଳେ ପାଖରେ ଥାଆନ୍ତି, କାହାକୁ ବି ଦୁଃଖି ହେବାକୁ ଦିଅନ୍ତି । ଆମର ସମ୍ପର୍କ ଖୁବ୍ ନିଆରା ।
ସୌଜନ୍ୟ -ଅମରଉଜାଲା
“ଦଙ୍ଗଲ’ ରଚିଲା ଇତିହାସ ! ବିଶ୍ୱସ୍ତରରେ ୨୦୦୦ କୋଟି ଟଙ୍କା ଆୟ କରି କଲା ରେକର୍ଡ଼